27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଟ୍ୱିନ ସିଟିରେ କୋଭିଡ ନିୟମ ଢିଲା

ଟ୍ୱିନ ସିଟିରେ କୋଭିଡ ନିୟମ ଢିଲା

ଭୁବନେଶ୍ୱର: କଟକ, ଭୁବନେଶ୍ୱର ଟୁଇନ ସିଟିରେ କୋଭିଡ ନିୟମ ଠିକ୍ ଭାବରେ ପାଳନ ହେଉନି । ଠିକ୍ ଭାବରେ ପାଳନ ହେଉନଥିବା ନେଇ ଡିଜିପିଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ ଡିଜି ପତ୍ୟେକ୍ଷ ଭାବରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ସ୍ଥାନରେ କଡାକଡି ପାଳନ ହେଉଥିଲେ ବି ଟୁଇନ ସିଟିରେ ସନ୍ତୋଷଜନକ ନୁହେଁ । କୋଭିଡ ପରିଚାଳନା ସମୀକ୍ଷା କରି ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଗାଁ ଲୋକ ଯେପରି ଅଧିକ ରୋଜଗାର ପାଇବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ବିଭିନ୍ନ ଜୀବିକା କାର୍ଯ୍ୟକ୍ରମରେ ଗାଁ ଲୋକଙ୍କୁ ରୋଜଗାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ସମସ୍ତ କୋଭିଡ ଯୋଦ୍ଧାଙ୍କ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking