34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକେନ୍ଦ୍ରାପଡ଼ା ଜିଲା ପରିଦର୍ଶନ କଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡ଼ା ଜିଲା ପରିଦର୍ଶନ କଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡ଼ା: ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ ଆଜି କେନ୍ଦ୍ରାପଡ଼ା ଜିଲା ପରିଦର୍ଶନ କରିଥିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ । ପାଟନା କୃଷି ବିଭାଗ ନିର୍ଦେଶକ ଡକ୍ଟର ବିରେନ୍ଦ୍ର ସିଂ ଓ ରାଜପଥ, ସଡ଼କ ପରିବହନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଶ୍ୱତ ମହାପାତ୍ର ଆଜି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ତେବେ ବନ୍ୟା ପ୍ରଭାବିତ ଡେରାବିଶ ବ୍ଲକ, ପଟ୍ଟାମୁଣ୍ଡାଇ ବ୍ଲକ୍, ଆଳି ଓ ରାଜକନିକା ବ୍ଲକ ବୁଲି ଦେଖିଥିଲେ । ପ୍ରଥମେ ଡେରାବିଶ ବ୍ଲକ୍ ବେଣିପୁର ଠାରେ ବିରୂପା ନଦୀ ରେ ହୋଇଥିବା ଘାଇ ଓ ବନ୍ୟା ବିପନ୍ନ ଙ୍କୁ ଭେଟିଥିଲେ । ପରେ ପରେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତ ର କୋଳଥିଆ, ବାଲିକିରା, ତରଡିପାଳ ପଞ୍ଚାୟତ ର ପୋଖରିକୂଳ, ବିଲ ହରିଜନ ସାହି, ଅଳପୁଆ ପଞ୍ଚାୟତର ସବଳ ପୁର୍, ମିଶ୍ରବାଗ୍ ହରିଜନସାହି, ଆଳିର ଡିମିରି ପାଳ, ଦେସାହି, ଏରଡଙ୍ଗ, ପେତପଡା, ମଧୁସୂଦନ ପୁର୍, ରାଜକନିକା ବ୍ଲକ୍ ର ଭାରିଗଦା, କାନପୁର୍ ପ୍ରଭୃତି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ରାଜ୍ଯ ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ରୋହିତ୍ କୁମାର ଲେଙ୍କା ଓ ନଦୀ ବନ୍ଧ ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ କେନ୍ଦ୍ରୀୟ ଟିମ୍ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । କେନ୍ଦ୍ରୀୟ ଟିମ୍ ସହିତ ସ୍ଥାନୀୟ ବିଡିଓ, ତହସିଲଦାର, ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking