ନୂଆଦିଲ୍ଲୀ: କରୋନା ରୋଗୀଙ୍କ ପାଇଁ ପ୍ରଭାବଶାଳୀ ଔଷଧ ୨ ଡିଜିକୁ ନେଇ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଡିଆରଡିଓ) ଟ୍ୱିଟ କରି ସୂଚନା ଦେଇଛି ଯେ, ଏହି ଔଷଧ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଇପାରିବ । ଆରମ୍ଭରୁ ୨ଡିଜି ଔଷଧ ମଡରେଟରୁ ସିଭିୟର ରୋଗୀଙ୍କୁ ଯଥାଶୀଘ୍ର ଦିଆଯାଏ ଏବଂ ଅତିକମରେ ୧୦ ଦିନ ଯାଏଁ ଦିଆଯାଇପାରିବ । ଏହି ଔଷଧ ଡାଇବେଟିସ, ଗୁରୁତର କାର୍ଡିଆର ସମସ୍ୟା, ଏଆରଡିଏସ, ସିଭିୟର ହିପେଟିକ ଆଣ୍ଡ ରିନଲ ଇମ୍ପେମେଣ୍ଟ ରୋଗୀଙ୍କୁ ସତର୍କତାର ସହ ଦେବା ଉଚିତ୍ । କାରଣ ଏଭଳି ରୋଗୀଙ୍କ ଉପରେ ଔଷଧର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଇନାହିଁ । ଏହାସହିତ ୨ ଡିଜି ଔଷଧ ଗର୍ଭବତୀ ମହିଳା, ସ୍ତନପାନ କରାଉଥିବା ମହିଳା ଓ ୧୮ ବର୍ଷରୁ କମ ବୟସର ରୋଗୀଙ୍କୁ ଦେବା ଅନୁଚିତ୍ ।