34.1 C
Bhubaneswar
Friday, March 29, 2024
Homeଅପରାଧପୁତୁରାକୁ କୁରାଢୀରେ ଆକ୍ରମଣ କରି ମାରିଦେଲା ଦାଦା

ପୁତୁରାକୁ କୁରାଢୀରେ ଆକ୍ରମଣ କରି ମାରିଦେଲା ଦାଦା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ବେଲିପାର ଅଂଚଳରେ ଉଚଗାଁରେ ସୋମବାର ରାତି ୯.୩୦ରେ ନିଶାସକ୍ତ ବ୍ୟକ୍ତି ନିଜ ପୁତୁରା ଓ ଭାଇ କୁ କୁରାଢୀରେ ମରଣାତ୍ମକ ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ପୁତୁରା ଶିବମର ମୃତ୍ୟୁ ହୋଇଛି । ତାର ବାପା ଦୁଃଖହରଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଦାଦା ପ୍ରବେଶକୁ ଗିରଫ କରିଛି ।
ଉଂଜଗାଁ ହରିଜନ ବସ୍ତି ନିବାସୀ ଦୁଃଖହରଣଙ୍କ ପୁଅ ଶିବମ ସୋମବାର ଦିନ ଘରେ ଶୋଇଥିଲା । ଏହା ମଧ୍ୟରେ ଦାଦା ପ୍ରବେଶ ଅଚାନକ ଆସି ତାକୁ ଉଠାଇ ମାରିବାକୁ ଲାଗିଥିଲେ । ଏହି ଶବ୍ଦ ଶୁଣିବା ପରେ ଶିବମର ପିତା ଦୁଃଖହରଣ ତାକୁ ରକ୍ଷା କରିବା ପାଇଁ ପହଂଚିଥିଲେ ଓ ଦାଦାଙ୍କ ଠାରୁ ତାକୁ ବଂଚାଇଥିଲେ । ଏହାମଧ୍ୟରେ ସେଠାରେ ଥିବା କୁରାଢୀରେ ଶିବମ ମୁଣ୍ଡକୁ ଆକ୍ରମଣ କରିଥିଲା । ଶିବମ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ସେଠାରେ ହିଁ ମୃତ୍ୟୁ ହୋଇଥିଲା । ପରେ ତା ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଇନସ୍ପେକ୍ଟର ନିରଜ ରାୟ କହିଛନ୍ତି, ପିତା ପୁତ୍ରଙ୍କ ଉପରେ ଦାଦା କୁରାଢୀରେ ଆକ୍ରମଣ କରିଛି । ଯେଉଁଥିରେ ପୁଅର ମୃତ୍ୟୁ ହୋଇଛି ଓ ବାପାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ସେ ଏମିତି କାଣ୍ଡ କଣ ପାଇଁ କଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking