40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକାଲିଠୁ ଗଞ୍ଜାମରେ କୋଭିଡ ସଚେତନତା ସପ୍ତାହ

କାଲିଠୁ ଗଞ୍ଜାମରେ କୋଭିଡ ସଚେତନତା ସପ୍ତାହ

ଭୁବନେଶ୍ୱର : କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ମାସ୍କ ବାଣ୍ଟିବାକୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗ୍ରହୀ ଅଛନ୍ତି । ଅନ୍ୟପଟେ ସେପ୍ଟେମ୍ବର ୨୪ରୁ ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସପ୍ତାହ ପାଳନ ହେବ । ସବୁ ପଞ୍ଚାୟତ, ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ଘରକୁ ଘର ବୁଲି ସମସ୍ତଙ୍କର ଲକ୍ଷଣ ଓ ଅକ୍ସିଜେନ ସ୍ତର ଯାଞ୍ଚ କରାଯିବ । ସପ୍ତାହର ଗୋଟିଏ ଦିନ ପ୍ଲାକାର୍ଡ଼ ଧରି ମାସ୍କ ରାଲି ଅନୁଷ୍ଠିତ ହେବ । କୋଭିଡ଼ ବିଷୟରେ ସ୍ଲୋଗାନ, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା ହେବ । ଏହାସହ ସପ୍ତାହେ ବ୍ୟାପି ସବୁ ଅଞ୍ଚଳରେ ବୁଲିବ କୋଭିଡ଼ ସଚେତନତା ରଥ । ଦୋକାନଗୁଡ଼ିକରେ ୫ ସୂତ୍ରୀ ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଜିଲ୍ଲାର କୌଣସି ଲୋକ ମାସ୍କ ବିନା ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking