28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଶନିବାର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ ମୋଦି

ଶନିବାର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭୟ ଏବେ ଧିରେଧିରେ କମିବାରେ ଲାଗିଛି । ସଂକ୍ରମଣକୁ ହରାଇବା ପାଇଁ ଶେଷ ପର୍ଯ୍ୟାୟରେ ଭ୍ୟାକ୍ସିନ ପ୍ରକ୍ରିୟା ୧୬ ଜାନୁୟାରୀ ରୁ ଆରମ୍ଭ ହେବାକୁ ଯାଉଛି । ଶନିବାର ପିଏମ ନରେନ୍ଦ୍ର ମୋଦି ଏହି ମହାଅଭିଯାନ ଆରମ୍ଭ କରିବେ । ନୀତି ଆୟୋଗ ସଦସ୍ୟ ବିକେ ପଲ୍ ଏନେଇ ସୂଚନା ପ୍ରଦାନ କରିଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ ପ୍ରକ୍ରିୟା ଶନିବାର ଦିନ ୩୦୦୦ କେନ୍ଦ୍ରରେ ଆରମ୍ଭ କରାଯିବ । ପ୍ରତ୍ୟେକ ଦିନ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯିବ । ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଯେତେ ଆଗକୁ ବଢିବ, ୫ ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣ କରାଯିବ । ସୂଚନାଯୋଗ୍ୟ ଯେ, ଟିକାକରଣ ଅଭିଯାନର ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଅତି କମରେ ୧୦୦ ଲୋକ ରହିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟକୁ କହିଛି ଯେ,ପ୍ରତ୍ୟେକ କେନ୍ଦ୍ରରେ ଅଧିକ ସଂଖ୍ୟାରେ ଟିକାକରଣ ନକରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking