36.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରୁ ପୁଣି ବାହାରିଲେ ୮୪୯ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ

ରାଜ୍ୟରୁ ପୁଣି ବାହାରିଲେ ୮୪୯ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୮୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୩୫୪ ଜଣ ଚିହ୍ନଟ ହେବା ସହ ୧୨୦ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୧, ବରଗଡ଼ରୁ ୩, ଭଦ୍ରକରୁ ୧୧, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୧୭, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୬, ଗଜପତିରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୭, ପୁରୀରୁ ୩୧, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟପୁଲରୁ ୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୭୨କୁ ବୃଦ୍ଧି ପାଇଛି । କରୋନାକୁ ୯ ଲକ୍ଷ ୯୪ ହଜାର ୬୩୯ ଜଣ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୭ ହଜାର ୩୪୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ରାଜ୍ୟରେ ଗୋଟିଏ ଶିଶୁ ସଂକ୍ରମିତ ହେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମ ପାଇଁ ଚିନ୍ତାଜନକ । ଯଦି ଶିଶୁଙ୍କ ପାଇଁ ଟିକା ଆସେ ତେବେ ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଙ୍କ ଟିକାକରଣ କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ କେରଳରେ ସଂକ୍ରମଣ ବଢୁଛି । କେରଳ ସମେତ ଆନ୍ତଃରାଜ୍ୟ ଚଳପ୍ରଚଳ ମଧ୍ୟ ଜାରି ରହିଛି । ତେବେ କେରଳ ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣ ହାର କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ୧୨% ଶିଶୁ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସମୟରେ ବି ୧୨ରୁ ୧୫% ଶିଶୁ ସଂକ୍ରମିତ ହେଉଛନ୍ତି । କୋରୋନା ମହାମାରୀରେ ଶିଶୁମାନେ କମ୍ ସୁରକ୍ଷିତ ଅଛନ୍ତି ।

କାରଣ ଏପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଟିକା ଆସିନାହିଁ । ଅନ୍ୟ ବର୍ଗର ଲୋକମାନେ ଟିକା ନେଇ ସାରିଥିବାରୁ ସେମାନଙ୍କ ଆଣ୍ଟିବଡି ସୃଷ୍ଟି ହୋଇସାରିଛି । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କର ଦାୟିତ୍ୱ ରହିଥିବାବେଳେ ଅଭିଭାବକଙ୍କ ମଧ୍ୟ ରହିଛି । ଏହାବ୍ୟତୀତ ସ୍କୁଲକୁ ଯାଉଥିବା ପିଲାଙ୍କ ପ୍ରତି ସ୍କୁଲ ଶିକ୍ଷକ ସମସ୍ତଙ୍କ ଦାୟିତ୍ୱ ରହିଛି । ଶିଶୁଙ୍କୁ କିଭଳି ଭାବରେ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ସ୍ଥିତିରେ ଏହାର ମୂଳଲକ୍ଷ୍ୟ ହେଉଛି ଭୂତାଣୁ ଉତ୍ସକୁ ନିୟନ୍ତ୍ରଣ ରଖିବା । ଯଦି ଗୋଟିଏ ଲୋକଙ୍କ ଦେହରେ ସଂକ୍ରମଣ ଦେଖାଯାଏ ତେବେ ଶିଶୁଙ୍କଠାରୁ ଦୂରେଇ ରହିବା ଦରକାର । ଯଦି ଛୋଟ ଶିଶୁଙ୍କ ଦେହରେ ସଂକ୍ରମଣ ଦେଖାଯାଏ ତେବେ ଶିଶୁଙ୍କୁ ଆଇସୋଲେଟ କରିବା ବର୍ତ୍ତମାନ ମୁଖ୍ୟ ପଦକ୍ଷେପ ହେବା ଆବଶ୍ୟକ ବୋଲି ଡ. ମହାନ୍ତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking