26.1 C
Bhubaneswar
Friday, March 29, 2024
Homeଓଡିଶାଆଜି ରାଜ୍ୟରେ ୧ ହଜାର ୯୪୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଆଜି ରାଜ୍ୟରେ ୧ ହଜାର ୯୪୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତକାଲି ସଂକ୍ରମଣ ୨ ଉପରକୁ ଟପିଥିବା ବେଳେ ଆଜି ପୁଣି ତଳକୁ ଖସିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୯୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୨୦ ଓ ସ୍ଥାନୀୟ ଅଞ୍ଚଳରୁ ୮୨୮ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୫, ବାଲେଶ୍ୱର ୯୮, ବରଗଡ଼ ୧୭, ଭଦ୍ରକ ୫୯, ବଲାଙ୍ଗୀର ୭, ବୌଦ୍ଧ ୪, କଟକ ୨୭୯, ଦେବଗଡ଼ ୫, ଢେଙ୍କାନାଳ ୩୪, ଗଜପତି ୪, ଗଞ୍ଜାମ ୬, ଜଗତସିଂହପୁର ୧୧୩, ଯାଜପୁର ୧୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୨, କେନ୍ଦୁଝର ୨୧, କୋରାପୁଟ ୭, ମାଲକାନଗିରି ୨୪, ମୟୂରଭଞ୍ଜ ୬୬, ନବରଙ୍ଗପୁର ୯, ନୟାଗଡ଼ ୮୮, ନୂଆପଡ଼ା ୨, ପୁରୀ ୮୩, ରାୟଗଡ଼ା ୧୮, ସମ୍ୱଲପୁର ୨୫, ସୋନପୁର ୧୨, ସୁନ୍ଦରଗଡ଼ ୪୭ ଏବଂ ଷ୍ଟେଟ୍ ପୁଲରୁ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏବେ ବି ରାଜ୍ୟରେ ୧୯ ହଜାର ୬୨୩ ଜଣ କରୋନା ମାମଲା ଆକ୍ଟିଭ ରହିଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୬ ହଜାର ୯୫୦ ରହିଥିବା ବେଳେ ୧୯ ହଜାର ୬୨୩ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking