🔶️🔷️ଆଜିର ଅନୁଚିନ୍ତା🔷️🔶️

⚜କଷ୍ଟ ଏବଂ ବିପଦ ମଣିଷକୁ ଶିକ୍ଷା ଦେବାରେ ସର୍ବ ଶ୍ରେଷ୍ଠ ଗୁଣ ଅଟେ l ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଓ ବିପଦକୁ ବିଜୟ କରେ ।
⚜ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ ।

⚜ଆଖି, କାନ, ନାକ, ଜୀହ୍ୱା, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ । ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ । ଯେତେ ପ୍ରକାରର ଅଶୋଭନୀୟ କର୍ମ ମଧ୍ୟ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ । ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ୍ ।

⚜ସତ୍ୟ ଏମିତି ଏକ ଅର୍ଜିତ ଧନ ଯାହା ବିନିମୟରେ ସଂସାର ପୁଣ୍ୟଶାଳାରୁ ସବୁ ସୁଖକୁ ଜୀବନ ସାରା କିଣି ହେବ ! ମାତ୍ର ମିଥ୍ୟା ଏପରି ଏକ ଋଣ ଯିଏ କ୍ଷଣିକ ସୁଖରେ ଭଣ୍ଡେଇ ଦେଇ ଜୀବନ ସାରା ଖାଲି ଦୁଃଖକୁ ହିଁ କିଣି ବାକୁ ପ୍ରବର୍ତ୍ତlଇବ ।

⚜କାହା ହୃଦୟକୁ କଷ୍ଟ ଦେଇ କେବେ ଶାନ୍ତିରେ ରହି ହେବନି। କିନ୍ତୁ ଆଜି ମଣିଷ ପାଖରେ ଏପରି ଅନୁଭବ ନାହିଁ ।
ସମ୍ପର୍କରେ ପରସ୍ପର ପରସ୍ପରକୁ ବୁଝି ପାରିଲେ, ସମ୍ମାନ ଦେଲେ ସମ୍ପର୍କ ସବୁଦିନ ପାଇଁ ଭଲ ରୁହେ ।

ଅଦ୍ୟ ଜୁଲାଇ ମାସ ୨୨ ତାରିଖ ୨୦୨୧ ମସିହା(ଗୁରୁବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୮
ସମ୍ବତ୍ସର-ରାକ୍ଷସ
ଆଷାଢ଼ମାସ-ଶୁକ୍ଳପକ୍ଷ
ତିଥି-ତ୍ରୟୋଦଶୀ ଦିବା ଘ ୦୧/୩୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ମୂଳା ଦିବା ଘ୦୫/୦୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ।ଷାଢ଼।
ଚନ୍ଦ୍ର-ଧନୁ
ଯୋଗ-ଇଦ୍ର
କରଣ-ତୈତିଳ
ସୌରମାସ-କର୍କଟ ୦୭ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୫୮
✧═════•❁❀❁•═════✧
ଯୋଗିନୀ ଦକ୍ଷିଣେ ଦିବା ଘ ୦୧/୩୮ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। ଓ ବାରବେଳ।- ଦିବା ଘ୦୩/୦୪ ଗତେ ଘ୦୬/୨୨ ମଧ୍ୟେ
✧═════•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୩୨ ଗତେ ଘ୦୩/୫୯ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।-ଦିବା ଘ୦୬/୫୯ ମଧ୍ୟେ ଓ ଘ୧୦/୧୧ ଗତେ ଘ୧୨/୩୪ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବାଇଗଣ ଦିବା ଘ ୦୧/୩୮ ଗତେ ବିରି ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌷👉: ଆଶା ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
✧═════•❁❀❁•═════✧
🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
✧═════•❁❀❁•═════✧
🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
✧═════•❁❀❁•═════✧
🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
✧═════•❁❀❁•═════✧
🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
✧═════•❁❀❁•═════✧
🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
✧═════•❁❀❁•═════✧
🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
✧═════•❁❀❁•═════✧
🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
✧═════•❁❀❁•═════✧
🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
✧═════•❁❀❁•═════✧
🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
✧═════•❁❀❁•═════✧
🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
✧═════•❁❀❁•═════✧
🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here