34.1 C
Bhubaneswar
Friday, March 29, 2024
Homeକରୋନାଦେଶରେ ରେକର୍ଡ ଭାଙ୍ଗିଲା କରୋନା : ୧ ଲକ୍ଷ ୧୫ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ରେକର୍ଡ ଭାଙ୍ଗିଲା କରୋନା : ୧ ଲକ୍ଷ ୧୫ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ, ୬୩୧ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ଦେଶରେ ମଧ୍ୟ ରେକର୍ଡ ଭାଙ୍ଗିଛି କରୋନା। ଆଗାମୀ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ୧ ଲକ୍ଷ ୧୫ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ୧.୩ ଲକ୍ଷରୁ ଅଧିକ ମାମଲା ଥିଲା । ହେଲେ ଏବେ ସବୁ ରେକର୍ଡ ପାର୍ କରିଛି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨, ୭୯୯, ୭୪୬ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୬୩୧ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬, ୨୦୮ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ କରୋନାର ୨ୟ ଲହର ପ୍ରଥମ ଲହର ତୁଳନାରେ ଅଧିକ ଭୟାବହ ହେଉଛି । ମହାମାରୀରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ୫ ରାଜ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଚିନ୍ତାଜନକ ବିଷୟ ଲଗାତାର ମହାରାଷ୍ଟ୍ରରେ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୫,୦୦୦ ନୂଆ ମାମଲା ସହ ମୁମ୍ୱାଇରେ ୧୦,୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଦିଲ୍ଲୀରେ ବି ଭୟଙ୍କର ରୂପ ନେଉଛି ଭୂତାଣୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking