28.1 C
Bhubaneswar
Thursday, May 2, 2024
Homeଓଡିଶା୧୯ ଜିଲ୍ଲାରୁ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଖ୍ୟା ପାର୍ କଲା ୧୨ ହଜାରକୁ

୧୯ ଜିଲ୍ଲାରୁ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଖ୍ୟା ପାର୍ କଲା ୧୨ ହଜାରକୁ

ଭୁବନେଶ୍ୱର : ଆଜି ରାଜ୍ୟର ୧୯ଜିଲ୍ଲାରୁ ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୮୬ ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୭୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୪୭୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଆଜି ଚିହ୍ନଟ ହୋଇଥିବା ୫୭୦ଟି ପଜିଟିଭ କେସ୍ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୧୮ଟି କେସ୍ ଚିହ୍ନଟ ହୋଇଛି । ଜିଲ୍ଲାର ସ୍ଥିତି ଏବେ ସଙ୍ଗୀନ ହୋଇପଡ଼ିଛି । କଟକରୁ ୪୬ ଜଣ , ସୁନ୍ଦରଗଡ଼ରୁ ୪୪ ଜଣ, ଯାଜପୁରରୁ ୪୦ ଜଣ, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ଜଣ ଲେଖାଏଁ ,ଝାରସୁଗୁଡ଼ାରୁ ୩୧ ଜଣ , ଗଜପତିରୁ ୨୫ଜଣ , ଜଗତସିଂହପୁରରୁ ୧୬ଜଣ, ପୁରୀରୁ ୧୫ ଜଣ, କେନ୍ଦୁଝରରୁ ୧୪ ଜଣ , ଅନୁଗୁଳ ଓ କୋରାପୁଟରୁ ୧୧ଜଣ ଲେଖାଏଁ, ମୟୁରଭଞ୍ଜରୁ ୧୦ ଜଣ , କେନ୍ଦ୍ରାପଡ଼ାରୁ ୬ଜଣ ,ବାଲେଶ୍ୱର , ବୌଦ୍ଧରୁ ୩ଜଣ ଲେଖାଏଁ , ଭଦ୍ରକରୁ ୨ଜଣ, ସମ୍ବଲପୁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୨୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୭୨ଜଣ ସୁସ୍ଥ ହୋଇଛନ୍ତି । ୬୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୪୭୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking