ଭାରତରେ କରୋନା ନେଲାଣି ୨,୮୭୨ଜୀବନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୨୭ ଜଣ । ଚିକିତ୍ସାଧୀନ ଅଛନ୍ତି ୫୩,୮୩୧ । ଏଥିରୁ ସୁସ୍ଥ ହୋଇଛନ୍ତି ୩୪,୧୦୮ଜଣ । ମୃତ୍ୟୁ ବରଣ କରିଛନ୍ତି ୨, ୮୭୨ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୩୦,୭୦୬ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧,୧୩୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିିମାନଙ୍କ ମଧ୍ୟରେ ଅଛନ୍ତି – ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୯ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୨୯ ଜଣ, ଗୁଜରାଟରେ ୬୨୫ ଜଣ, ହରିୟାଣାରେ ୧୩ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୨ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୬ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୪୩ ଜଣ, ମହାରାଷ୍ଟ୍ରରେ ୧୧୩୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୬ ଜଣ, ତାମିଲନାଡୁରେ ୭୪ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୦୪ ଜଣ ଏବଂ ପଶ୍ଚମବଙ୍ଗରେ ୨୩୨ ଜଣ ।