ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ପୁଣି ଏକାଥରେ ଏକାବେଳେ ୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ରାଜ୍ୟରେ କ୍ରମେ ମାଡ଼ି ଚାଲିଛି । ଆଉ ଗୋଟିଏ ଜିଲ୍ଲାକୁ ଡ଼େଇଁଛି । ସମ୍ବଲପୁର ଜିଲ୍ଲାରେ ପୂର୍ବରୁ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ ଆଜି ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲା ସଂଖ୍ୟା ୨୨ରେ ପହଂଚିଛି । ଆଉ ସବୁଠୁ ଗୁରୁତ୍ୱପୁର୍ଣ୍ଣ ଖବର ହେଉଛ, ରାଜ୍ୟ ସରକାର ସରପଂଚମାନଙ୍କୁ ଯେଉଁ ଜିଲ୍ଲାପାଳମାନଙ୍କୁ ଯେଉଁ କରୋନା କାର୍ଯ୍ୟରେ ଲଗାଇଛନ୍ତି ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୯୧ଜଣ କରୋନା ଆକ୍ରାନ୍ତଙ୍କ ଭିତରେ ଜଣେ ସରପଂଚ ଅଛନ୍ତି । ଏମାନଙ୍କ ଭିତରୁ ୮୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିେଲେ । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଭଦ୍ରକରେ ୨୮, ବାଲେଶ୍ୱରରେ ୧୭, ଗଞ୍ଜାମରେ ୧୫, କଟକରେ ୧୨, ପୁରୀରେ ୭, ସମ୍ବଲପୁରରେ ଜଣେ, କେନ୍ଦ୍ରାପଡ଼ାରୁ ଜଣେ,କେନ୍ଦୁଝର ୪. ଖୋର୍ଦ୍ଧ ୩, ବଲାଙ୍ଗୀର ୨, ଓ ସୁନ୍ଦରଗଡ଼ରୁ ଜଣେ ।
ଭଦ୍ରକରେ ଆଜିର ୨୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୪୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୩ଜଣ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ୱରରେ ଆଜିର ୧୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧସି ପାଇଛି । ସେଥିମଧ୍ୟରୁ ୨୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୯୭ଜଣ ଚିକିତ୍ସିତ ହେଉଛନ୍ତି ।
ଗଞ୍ଜାମରେ ଆଜି ୧୫ଜଣଙ୍କୁ ମିଶାଇ ସଂଖ୍ୟା ୨୯୨ ସେଥିମଧ୍ୟରୁ ୩ଜଣ ମୃତ୍ୟୁ ବରଣ କରିଛନ୍ତି ।
କେନ୍ଦ୍ରାପଡ଼ାରେ ଜଣଙ୍କୁ ମିଶାଇ ୨୭ । କଟକରେ ୧୨କୁ ବମିଶାଇ ସଂଖ୍ୟା ପହଂଚିଲା ୨୨କୁ ପହଂଚିଛି । ଖୋର୍ଦ୍ଧରେ ଆଜିର ୩ଜଣଙ୍କୁ ମିଶାଇ ୫୯କୁ ପହଂଚିଛି । ପୁରୀରେ ଆଜିର ୭ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । କେନ୍ଦୁଝର ଜିଲ୍ଲାରେ ଅଜେିର ୪ଜଣଙ୍କୁ ମିଶାଇ ସଂଖ୍ୟା ପହଂଚିଲା ୮କୁ । ସମ୍ବଲପୁରରେ ଜଷର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଲାଙ୍ଗୀରରେ ଆଜି ୨ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖଶ୍ୟା ୪କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡ଼ରେ ଆଜିର ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୯୬ଜଣ ସୁସ୍ଥ ହୋଇଛନ୍ତି । ୫ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୬୨୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/05/17/2-corona-positive-death-in-odisha/