27.1 C
Bhubaneswar
Thursday, May 29, 2025
Homeଓଡିଶାଯାଜପୁର ରୋଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଙ୍କ ସାହାସିକତା

ଯାଜପୁର ରୋଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଙ୍କ ସାହାସିକତା

ଯାଜପୁର: ପାଣି ଆଶ୍ଚର‌୍ୟ୍ୟ ଚକିତ କରିଛି। ଅବଶ୍ୟ ଆଜି ଦିନରେ ସମୁଦ୍ର ତଳେ ବି ଟ୍ରେନ୍ ଚାଲିଲାଣି। ଓଡିଶା ଭଳି ରାଜ୍ୟରେ ବି ଭୁବନେଶ୍ବରରେ ମେଟ୍ରୋର ପରିକଳ୍ପନା ହୋଇସାରିଛି। ତେବେ ନଈ ତଳେ ମେଟ୍ରୋ ଟ୍ରେନ ଚାଲିବା, ଭାରତରେ ଏହା ପ୍ରଥମ। ପ୍ରଥମଥର ପାଇଁ କୋଲକାତା ହାଉଡା ମଇଦାନରୁ ଟ୍ରାଏଲ ରନରେ ଯାତ୍ରା କଲା ମେଟ୍ରୋ ଟ୍ରେନ୍।

ଏବେ ଗୋଟିଏ ପଟେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପୁରୀରୁ ହାଉଡା ଅତି ଦୃତଗାମୀ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଥିବା ବେଳେ ଅନ୍ୟପଟେ କୋଲକାତାରେ ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ରିଭର ପାସିଙ୍ଗ୍ ମେଟ୍ରୋ ଟ୍ରେନ୍। ଯାହା ଲୋକାର୍ପିତ ହେବାକୁ ଯାଉଛି। ତେବେ ହୁଗୁଳି ନଦୀର ତଳେ ତଳେ ନଦୀ ଟନେଲ ଭିତର ଦେଇ ଏହା ଅତିକ୍ରମ କରିବ।

ପ୍ରଥମ ପର‌୍ୟ୍ୟାୟରେ ଏହା ୧୬କିମି ରାସ୍ତା ଅତିକ୍ରମ କରିବାକୁ ଥିବା ବେଳେ ଯେଉଁଥିରୁ ୫୨୦ମିଟର ଦୀର୍ଘ ନଦୀଗର୍ଭ ତଳେ ଦୁଃସାଧ୍ୟ ଟନେଲକୁ ଅତିକ୍ରମ କରିବ। ଅବଶିଷ୍ଟ ଭାଗ ମାଟି ତଳେ ରହିଛି। ବାସ୍ତବିକ୍ ଏହା ଯେତିକି ଆଶ୍ଚର‌୍ୟ୍ୟମୟ, ଆମ ଭୂତତ୍ତ୍ବ ବିଜ୍ଞାନୀ ଓ ବୈଷୟିକ ବିଶେଷଜ୍ଞଙ୍କ ଆବିଷ୍କାର ପାଇଁ ସେତିକି ଚ୍ୟାଲେଞ୍ଜ ମଧ୍ୟ ହୋଇଥିଲା।

ପ୍ରଥମ କରି ଏହାର ଟ୍ରାଏଲ ରନରେ ନଦୀ ତଳେ ଯାତ୍ରା କରିବାର ସୁଯୋଗ ପାଇଥିଲେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ଜାତୀୟ ଗଣମାଧ୍ୟମ, ୱେବ୍ ଚ୍ୟାନାଲ ଓ ୟୁଟ୍ୟୁବରର ପ୍ରତିନିଧିମାନେ। ଓଡିଶା, ପଶ୍ଚିମବଙ୍ଗ ତଥା ଜାତୀୟ ଗଣମାଧ୍ୟମର ୧୪୪ଜଣ ପ୍ରତିନିଧି ଏବଂ ରେଳବିଭାଗର ଯନ୍ତ୍ରୀ ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ରେଳଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଏମାନେ ବନ୍ଦେ ଭାରତ ଟ୍ରେନରେ ଯାଇ କୋଲକାତାରେ ପହଞ୍ଚିଥିଲେ।

ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ଏବଂ ମିଳିତ ସହଯୋଗରେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। ଭଲ ହୋଟେଲରେ ସାମ୍ବାଦିକ ମାନଙ୍କ ରହିବା, ଖାଇବା, ଭ୍ରମଣ କରିବା ଓ ଏସିକୋଚ୍ ବସରେ ସୁଖ ଯାତ୍ରା କରିବାର ସମସ୍ତ ବନ୍ଦବୋସ୍ତ କରାଯାଇଥିଲା। ତେବେ ଏଠାରେ ଆଉ ଏକ ମଜାଦାର ବିଷୟ ଦେଖିବାକୁ ମିଳିଥିଲା। ଜଣେ ସର୍ବକନିଷ୍ଠ ବାଳକ ମଧ୍ୟ ଏହି ଯାତ୍ରାରେ ସାମିଲ ଥିଲା।

ବାଳକ ଜଣକ ଯାଜପୁର ଜିଲ୍ଲା ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର। ନାଁଟି ତାର ସାଇକୃଷ୍ଣ। ବାପା ତାଙ୍କର ଜଣେ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି। ଏହା କେବଳ ସମ୍ଭବ ହୋଇଥିଲା ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହଯୋଗ ଓ ସଦିଚ୍ଛା ପାଇଁ। ଏଥିପାଇଁ ରେଳବିଭାଗର ବରିଷ୍ଠ ଅଧିକାରୀଙ୍କର ମଧ୍ୟ ବାଳକଟି ପ୍ରତି ଥିଲା ଆଶିର୍ବାଦ। ବାଳକର ସାହସ ପାଇଁ ସମସ୍ତେ ସାବାସି ଦେଇଥିଲେ ଓ ସମସ୍ତ ଅନେକ ସ୍ନେହ ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲୋକାର୍ପିତ ହୋଇଥିବା ଏହି ବନ୍ଦେ ଭାରତ ଟ୍ରେନ ପୁରୀରୁ ପ୍ରଥମ ଯାତ୍ରା ଆରମ୍ଭ କରିଥିଲା।

ତେବେ ବନ୍ଦେ ଭାରତ ଟ୍ରେନରେ ବସି କୋଲକାତା ଯିବା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବା ଏବଂ ସେଠାରେ ନଈ ତଳେ କିପରି ମେଟ୍ରୋ ଟ୍ରେନ୍ ଯାଉଛି, ତାହା ଦେଖିବାର ସୁଯୋଗ ପାଇବା ଭଳି ଅନେକ ଆଶା କୋମଳମତି ବାଳକର କୋମଳ ମନକୁ ଆନ୍ଦୋଳିତ କରିଥିଲା। ଏଥିପାଇଁ ସେ ତାର ବାପାଙ୍କ ନିକଟରେ ଅଡି ବସିଥିଲା। କାରଣ ତାର ମନରେ ଥିଲା ଅନେକ ଆଗ୍ରହ ଓ ଉଦ୍ଦିପନା।

ଯେଉଁ ବାଳକ ଦିନେ କେବେ ସାଧାରଣ ଟ୍ରେନରେ ବସି କେଉଁଠାକୁ ଯାତ୍ରା କରିବାର ସୁଯୋଗ ପାଇନଥିଲା, ଆଜି ତାର ସ୍ବପ୍ନ ସାକାର ହୋଇଛି। ପ୍ରଥମ ଥର ପାଇଁ ଏତେ ଛୋଟ ପିଲାଟିଏ ହୁଗୁଳୀ ନଦୀ ତଳେ ଟନେଲରେ ରେଳଯାତ୍ରା କରିବାର ସୁଯୋଗ ପାଇଥିଲା ଏହି ବିସ୍ମୟ ବାଳକ। ଏଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ତା ସହିତ ଧନ୍ୟବାଦ ଜଣାଇବା ସୁନାମଧନ୍ୟ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଆମ ଦେଶର ଲୋକପ୍ରିୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ସତରେ ନିଆରା ଥିଲା ଏ ରେଳଯାତ୍ରାର ଅନୁଭୂତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking