33.6 C
Bhubaneswar
Thursday, June 18, 2026
Homeଓଡିଶାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମଧୁପୁର ଗଡ଼ କୁକୁଡ଼ା ଖାଳି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦମ୍ପତିଙ୍କୁ ସେହି ଗାଁର ବାସିନ୍ଦା ଜର୍ଜ ମଲିକ ଏବଂ ତାଙ୍କ ସ୍ତ୍ରୀ ଝରଣା ମଲିକ ବୋଲି ଚିହ୍ନଟ କରାଯାଇଛି । ଘରୋଇ କଳିରୁ ଦମ୍ପତି ଜୀବନ ହାରିଥିବା ସୂଚନା ମିଳିଛି । ସୂଚନାନୁସାରେ, ଗତକାଲି ରାତିରେ ଦମ୍ପତି ଗାଁରେ ଚାଲୁଥିବା ଅଷ୍ଟ ପ୍ରହରୀ ପୂଜା ସାରି ଘରକୁ ଫେରିଥିଲେ । କିଛି ଘଣ୍ଟା ପରେ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଥିଲେ ଦମ୍ପତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking