29.1 C
Bhubaneswar
Saturday, July 27, 2024
Homeଓଡିଶାବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି; ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି...

ବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି; ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ, ଆହୁରି ବାକି ଅଛି ୭୧ଟି ବସ୍ତା

ବଲାଙ୍ଗୀର: ବଲାଙ୍ଗୀରରେ ଚାଲିଛି ଜବତ ହୋଇଥିବା ଟଙ୍କାର ଗଣତି । ରବିବାର ଛୁଟି ଦିନରେ ଟଙ୍କା ଗଣିବାରେ ସାମିଲ ହୋଇଛନ୍ତି କର୍ମଚାରୀ । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ ହୋଇଛି । ଆହୁରି ୭୧ଟି ବସ୍ତା ଗଣିବାକୁ ବାକି ରହିଛି । ଏସବୁ ବସ୍ତାରୁ କେତେ କୋଟି ଟଙ୍କା ବାହାରିବ ତାହା ଉପରେ ନଜର ରହିଛି ।

ଆଜି ସଂଧ୍ୟା ସୁଦ୍ଧା ଗଣତି ଶେଷ ହୋଇଯିବ ବୋଲି ଆଶା ରଖାଯାଇଛି । ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି । ବ୍ୟାଙ୍କରେ ଟଙ୍କା ଗଣା ଚାଲିଥିବା ବେଳେ ଅନ୍ୟପଟେ ବଲଙ୍ଗୀରରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଂଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟ ପକାଇ ବ୍ୟାଙ୍କ କର୍ମଚାରୀ ଗଣତି କରୁଛନ୍ତି, ସେହି ଭିଡିଓ ଏବେ ସାମ୍ନାକୁ ଆସିଛି ।

ଗଣତି ପରେ ସାଢ଼େ ୩୭ କୋଟି ମିଳିଥିବା ସୂଚନା ମିଳିଛି । ଏଥିରେ ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ପୂର୍ବରୁ ୪ ଜଣ କର୍ମଚାରୀ ଗଣତିରେ ନିୟୋଜିତ ଥିଲେ, ଟଙ୍କା ପରିମାଣକୁ ଦେଖି ଶନିବାର ଛୁଟି ଥିବା ସତ୍ୱେ ୯ ଜଣ କର୍ମଚାରୀଙ୍କୁ ଗଣତିରେ ସାମିଲ କରାଯାଇଥିଲା । ୪ଟି ମେସିନରେ ଟଙ୍କାଗଣା ହୋଇଥିଲା । ଟଙ୍କା ପୁରୁଣା ଓ ଓଦାଳିଆ ରହିଥିବାରୁ ଗଣତିରେ ବିଳମ୍ବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking