ଯାଜପୁର: ଯାଜପୁର ଜିଲା ବେରୁଦା ପଂଚାୟତ ଇଶ୍ୱରପୁର ଗାଁ ରେ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ଅସନ୍ତୋଷ। ବାଦ ପଡିଥିବା ପ୍ରକୃତ ହିତାଧିକାରୀ ଜିଲା ପ୍ରଶାସନ ର ଦ୍ୱାରସ୍ଥ ହୋଇ ଘଟଣା ର ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନା ମୁତାବକ ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଓ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ସହ ମିଶି ହାଉସହୋଲ୍ଡର ନାମ ଥିବା କିଛି ଗରିବ ହିତାଧିକାରୀଙ୍କ ନାମ କାଟି ଦେଇଥିବା ଅଭିଯୋଗ ହୋଇଛି । ଏବଂ ଯେଉଁ ମାନଙ୍କୁ ଚାଉଳ ଦିଆଯାଉଛି ସେମାନଙ୍କୁ ଚାଉଳ ପରିମାଣ କମ ଦିଆଯାଉଛି । ଏପରିକି ଅନେକ ପ୍ରକୃତ ହିତାଧିକାରୀ ଙ୍କୁ ରିଲିଫ ସାମଗ୍ରୀ ବଣ୍ଟା ଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇ ଘଟଣା ର ତଦନ୍ତ କରିବାକୁ ନିବେଦନ କରାଯାଇଛି। ଗ୍ରାମାଚଂଳରେ ହିତାଧିକାରୀଙ୍କ ଠାରୁ ଏପରି ଲୁଟର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।