ଦୀର୍ଘଦିନ ବ୍ୟବଧାନରେ ପୁଣିଥରେ ଗଣିଆ କଣ୍ଟିଲୋ ରାସ୍ତାରେ ଡକାୟତି

ନୟାଗଡ଼: ଜିଲ୍ଲା କଣ୍ଟିଲୋ ଫାଣ୍ଡି ଅଧୀନସ୍ଥ ଘାଣାସାଳିଆ ବାଙ୍କମୁଣ୍ଡିଆନିକଟରେ ଗଣିଆର ଜଣେ ଜିଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ୬୦ହଜାରରୁ ଅଧିକ ଟଙ୍କା ଲୁଟିନେଇଛନ୍ତି ।ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଂଚୟତ ବିଜୟନଗର ଗ୍ରାମର କାମାକ୍ଷ ପ୍ରସାଦ ରାଉତ (୨୪) ସବୁଦିନ ଭଳି ଗଣିଆରୁ ବାହାରି ଜିଓ କମ୍ପାନୀ ତରଫରୁ କଲେସନ କରିବା ପାଇଁ ଆଜି ଯାଇଥିଲେ । ଦିନ 11pm ରେ କଣ୍ଟିଲୋରୁ ଟଙ୍କା ଧରିଆସୁଥିଲେ ହେଲେ ବାଙ୍କମୁଣ୍ଡିଆ ନିକଟରେ କାମାକ୍ଷକୁ ଅଟକାଇ ପାଖରେ ଥିବା ପାହାଡ଼ ପାଖକୁ ନେଇଯାଇଥିଲେ ।ସେଠାରେ ତାଙ୍କମୁଣ୍ଡକୁ ଗଭୀର ଆଘାତ କରିବା ସହିତ ବହୁତ ବାଡେଇଥିଲେ ,ପାଖରେ ଥିବା ଟଙ୍କା ନେଇ ଦୁର୍ବୁତ୍ତମାନେ ମୁର୍ମୁଷୁ ଅବସ୍ଥାରେ ସେଠାରେ ଫିଙ୍ଗିଦେଇ ଚାଲିଯାଇଥିଲେ ।କାମକ୍ଷଙ୍କର ହୋସ ଆସିଲା ପରେ ସେ ତାଙ୍କ ମାଲିକଙ୍କୁ ଫୋନେ କରିଥିଲେ ।ମାଲିକ ସେଠାରେ ପହଁଞ୍ଚି ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଗଣିଆ ଗୋଷ୍ଠି ସ୍ୱଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ କାମାକ୍ଷଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ଥିବାରୁ ଡାକ୍ତର ମଧୁସୂଦନ ଦାଶ ତାଙ୍କୁ ସଂଗେ ସଂଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତାରିତ କରିଥିଲେ ହେଲା ଗଣିଆରେ ଆମ୍ବୁଲାନ୍ସ ନ ରହି ଆଡକଟା ଠାରେ ରହୁଥିବାରୁ ଅମୁଲାନ୍ସ ଏକଘଣ୍ଟା ପର୍ଯ୍ୟନ୍ତ ଆସିନଥିବାରୁ ଲୋକମାନଙ୍କ ଭିତରେ ଚାପା ଉତେଜାନ ସୃଷ୍ଟି ହୋଇଥିଲା ।ଲୋକମାନେ ଗଣିଆ ହେଡ କ୍ୱାଟରରେ ଅମୁଲାନ୍ସ ରହିବା ପାଇଁ ଦାବି କରିଥିଲେ ।ଏଥିପ୍ରତି ଲୋକ ପ୍ରତିନିଧି ଓ ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେବାପାଇଁ ଜନସାଧରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here