27.1 C
Bhubaneswar
Monday, May 13, 2024
Homeଦେଶ ବିଦେଶକୋଭିଡ -୧୯ ଗାଇଡଲାଇନ ସମ୍ପର୍କରେ ସତର୍କ କରାଇଲେ ସରକାରୀ ପ୍ୟାନେଲ

କୋଭିଡ -୧୯ ଗାଇଡଲାଇନ ସମ୍ପର୍କରେ ସତର୍କ କରାଇଲେ ସରକାରୀ ପ୍ୟାନେଲ

ନୂଆଦିଲ୍ଲୀ : ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ପିକରେ ରହିବ ତୃତୀୟ ଲହରୀ ? କରୋନା ଭାଇରସର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ରୂପେ ଥମିନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେଣି ଡାକ୍ତର ଓ ବୈଜ୍ଞାନିକ । କୋଭିଡ -୧୯ ମଡେଲିଂ କାର୍ଯ୍ୟରେ ନିୟୋଜିତ ଏକ ସରକାରୀ ପ୍ୟାନେଲର ଜଣେ ବୈଜ୍ଞାନିକ କହିଛନ୍ତି, ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହରୀ ଶିଖରରେ ରହିବ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ଗାଇଡଲାଇନର ପାଳନ ନକଲେ ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରୀ ଶିଖରରେ ପହଞ୍ଚିପାରେ ବୋଲି ସତର୍କ କରାଇଛନ୍ତି । ତେବେ କରୋନାଙ୍କ ତୃତୀୟ ଲହରୀ, ଦ୍ୱିତୀୟ ଲହରୀ ଭଳି ଭୟଙ୍କର ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

କରୋନାର ଦ୍ୱିତୀୟ ଲହରୀରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ତୁଳନାରେ ତୃତୀୟ ଲହରୀରେ କେବଳ ଅର୍ଦ୍ଧେକ ସଂକ୍ରମିତ ଚିହ୍ନଟ ହେବ ବୋଲି କୁହାଯାଇଛି । ତେବେ କୋଭିଡର ଦ୍ୱିତୀୟ ଲହରୀ ସମ୍ପର୍କରେ ପୂର୍ବାନୁମାନ ନକରିବାରୁ କମିଟି ସମାଲୋଚନାର ସମ୍ମୁଖୀନ ହୋଇଥିଲା । ତୃତୀୟ ଲହରୀର ପୂର୍ବାନୁମାନ କରିବା ସମୟରେ ସଂକ୍ରମିତ ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟିକାକରଣର ପ୍ରଭାବ ଏବଂ ଅଧିକ ବିପଦର ସମ୍ଭାବନା ଥିବା କହିଛି କମିଟି । ତିନି ସଦସ୍ୟ ବିଶିଷ୍ଟ କମିଟିର ସଦସ୍ୟ ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଦ୍ୱିତୀୟ ଲହରୀର ମଡେଲିଂ ସମୟରେ ଯାହା କରାଯାଇ ନଥିଲା, ତାହା ତୃତୀୟ ଲହରୀ ସମୟରେ କରାଯାଇଛି ।

ତୃତୀୟ ଲହରୀ ସମୟରେ “ତିନୋଟି ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଛି । ସେଥିମଧ୍ୟରୁ ଗୋଟିଏ ହେଲା ଆଶାବାଦୀ, ଏହି କ୍ରମରେ ଅଗଷ୍ଟ ସୁଦ୍ଧା ଜୀବନ ସ୍ୱାଭାବିକ ଅବସ୍ଥାକୁ ଆସିବ ବୋଲି ଆଶା କରାଯାଉଛି । ଦ୍ୱିତୀୟଟି ହେଉଛି ମଧ୍ୟବର୍ତ୍ତୀ, ଏଥିରେ କୁହାଯାଉଛି ଟିକାକରଣ ୨୦ ପ୍ରତିଶତ କମ୍ ପ୍ରଭାବଶାଳୀ ହୋଇପାରେ । ଅଗଷ୍ଟରେ ନୂଆ ମ୍ୟୁଟାଣ୍ଟ ପ୍ରଭାବ ବିସ୍ତାର କରିପାରେ । ମନୀନ୍ଦ୍ର  ଅଗ୍ରୱାଲଙ୍କ ଦ୍ୱାରା ଜାରି ହୋଇଥିବା ଗ୍ରାଫ ଅନୁସାରେ, ଅଗଷ୍ଟ ମଧ୍ୟଭାଗରେ ଦ୍ୱିତୀୟ ଲହରୀ ସ୍ଥିର ହେବାର ସମ୍ଭାବନା ରହିଛି ଏବଂ ତୃତୀୟ ଲହରୀ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖରରେ ପହଞ୍ଚିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking