29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମହାମାରୀ ରୂପ ନେବାକୁ ବସିଲାଣି କରୋନା: ମୃତ୍ୟୁସଂଖ୍ୟା ୧୭୦ 

ମହାମାରୀ ରୂପ ନେବାକୁ ବସିଲାଣି କରୋନା: ମୃତ୍ୟୁସଂଖ୍ୟା ୧୭୦ 

ବେଜିଂ:  ଜୀବନ ନେଉଛି ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ। ଏହି ଭାଇରସ ଏବେ ମହାମାରୀ ରୂପ ନେବାକୁ ବସିଲାଣି। ଇତି ମଧ୍ୟରେ କରୋନା ଭାଇରସ ଯୋଗୁ ୧୭୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ଭାଇରସ ଯେମିତି ନ ବ୍ୟାପିବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଉଥିଲେ ହେଁ ଏହା ଥମିବାର ନାଁ ଧରୁନାହିଁ।  ଏବେ ଚାଇନାରୁ ଏହି ଭାଇରସ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ  ବ୍ୟାପିବା ଆରମ୍ଭ ହୋଇଛି।  ପ୍ରାୟ ୩୦ଟି ରାଷ୍ଟ୍ରର ସଦସ୍ୟ ଏହି ଭାଇରସ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଚାଇନା ହେଲଥ ମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ଆଉ ୩୮ ଜଣଙ୍କ ଜୀବନ ଯାଇଛି। ଏହି ୩୮ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୧୭୦ରେ ପହଞ୍ଚି ଯାଇଛି। ଏମାନଙ୍କ ବ୍ୟତୀତ ଭାରତ, ମିଆଁମାର, ଦକ୍ଷିଣ କୋରିଆ, ରୁଷ ଓ ମୋରୋକୋର ଶତାଧିକ ଲୋକ ଫସି ରହିଛନ୍ତି। ଏମାନଙ୍କୁ ସେଠାରୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ହୁବେଇରେ ଏବେ ୧୧ ମିଲିୟନ ଲୋକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୬ ମିଲିୟନ ଲୋକଙ୍କ ଜୀବନ ପ୍ରତି କରୋନା ଭାଇରସ ବିପଦ ସୃଷ୍ଟି କରିଛି।
https://onakhabar.com/2020/01/29/corona-virus-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking