37.1 C
Bhubaneswar
Thursday, March 28, 2024
Homeଓଡିଶାସ୍ୱାସ୍ଥ୍ୟ, ଅଙ୍ଗନବାଡି କର୍ମୀ ଆଗ ପାଇବେ ଟୀକା

ସ୍ୱାସ୍ଥ୍ୟ, ଅଙ୍ଗନବାଡି କର୍ମୀ ଆଗ ପାଇବେ ଟୀକା

ଭୁବନେଶ୍ୱର : ଖୁବ ଶୀଘ୍ର ଉପଲବ୍ଧ ହୋଇପାରେ କରୋନା ଟିକା । କରୋନା ଟିକା ଆସିବାକୁ ଥିବାରୁ ଡାଟାବେସ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ଡାଟା ବେସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଇଏମଏ, ଆୟୁଷ, ନର୍ସିଂ ଆସୋସିଏସନ ସଭାପତିଙ୍କୁ ଚିଠି କରାଯାଇଛି । ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ବି ଚିଠି କରାଯାଇଛି । ସଂଘ ସଦସ୍ୟ ନିଜ ନାଁ ଜିଲ୍ଲାପାଳ, ସିଡିଏମଓଙ୍କୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅକ୍ଟୋବର ୨୯ ସୁଦ୍ଧା ନାଁ ଦେବାକୁ ଚିଠିରେ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାହ ସଚିବଙ୍କୁ ମଧ୍ୟ ଏସିଏସ ଚିଠି ଦେଇଛନ୍ତି । ଅଙ୍ଗନବାଡି କର୍ମୀ, ହେଲପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ ରହିଛି । ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking