32.1 C
Bhubaneswar
Saturday, May 18, 2024
Homeକରୋନାଭାରତକୁ କରୋନାର ତୃତୀୟ ଟିକା

ଭାରତକୁ କରୋନାର ତୃତୀୟ ଟିକା

ନୂଆଦିଲ୍ଲୀ: କରୋନା ଭାଇରସର କରାଳ ରୂପ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତରେ ଏବେ ଆଉ ଏକ ନୂଆ ଟିକାକୁ ମଂଜୁରୀ ମିଳିଛି । ସୋମବାର ଭ୍ୟାକ୍ସିନ ମାମଲାରେ ସବଜେକ୍ଟ ଏକ୍ସପର୍ଟ କମିଟି ଋଷର ସ୍ଫୁଟନିକ ଭି ଟିକାକୁ ମଂଜୁରୀ ଦେଇଛନ୍ତି । ଅର୍ଥାତ ଏବେ ଭାରତରେ ଏବି ଭ୍ୟାକ୍ସିନର ବ୍ୟବହାର ହୋଇପାରିବ ।
ସୂତ୍ର ଅନୁସାରେ, ସ୍ଫୁଟନିକ ଦ୍ୱାରା ଟ୍ରାଏଲ ର ଡାଟା ପ୍ରସ୍ତୁତ କରାଯାଇଛି । ଯାହା ଆଧାରରେ ଏହାକୁ ଅନୁମତି ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ସରକାରଙ୍କ ଦ୍ୱାରା ଏହା ଉପରେ ସ୍ପଷ୍ଟ ହୋଇପାରେ । କହିରଖୁଛୁ, ଭାରତରେ ସ୍ଫୁଟନିକ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ୍ସଙ୍କ ସହ ମିଶି ଟ୍ରାଏଲ କରିଛନ୍ତି । ତେବେ ବର୍ତମାନ ଏହି ଭ୍ୟାକ୍ସିନକୁ ଅନୁମତି ମିଳିବା ପରେ ଭାରତରେ ଭ୍ୟାକ୍ସିନ ଅଭାବ ନେଇ ଅଭିଯୋଗ କମ୍ ଆସିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking