24.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଉତ୍ତରକୋରିଆର ୭ ଟି ଭୟାନକ ଆଇନ

ଉତ୍ତରକୋରିଆର ୭ ଟି ଭୟାନକ ଆଇନ

ନୂଆଦିଲ୍ଲୀ : କୁହାଯାଏ ବିଶ୍ୱରେ ଯଦି କେଉଁଠି ନର୍କ ରହିଛି ତେବେ ତାହା ଉତ୍ତର କୋରିଆରେ ରହିଛି ।ଉତ୍ତର କୋରିଆରେ ରହୁଥିବା ଲୋକ ବାକି ଦେଶରେ ରହୁଥିବା ଲୋକ ମାନଙ୍କ ଭଳି ସାଧାରଣ ଜୀବନ ଯାପନ କରି ପାରନ୍ତି ନାହିଁ । ସେଠାରେ ଏହିଭଳି କଡା ଆଇନ ରହିଛି ଯେଉଁଥିରେ ସାଧାରଣ ଲୋକେ ସ୍ୱାଧୀନ ଭାବେ ବଞ୍ଚି ପାରିବ ନାହିଁ । ତାନାସାହା ଶାସକ କିମ-ଜଙ୍ଗ-ଉନ ଉନ କୋରିଆରେ ଅତନ୍ତ୍ୟ କଠୋର ଆଇନ ପ୍ରଣୟନ କରିଛନ୍ତି । ଯାହା ଲୋକ ମାନଙ୍କ ପାଇଁ କୌଣସି ନର୍କ ଠାରୁ କମ ନୁହଁ ।

ଆସନ୍ତୁ ଜାଣିବା ଉତ୍ତର କୋରିଆର ୭ଟି ଭୟାନକ ଆଇନ ବିଷୟରେ

୧- ଆପଣ ଜାଣି ଆଶ୍ଚିର୍ଯ୍ୟ ହେବେ ଉତ୍ତର କୋରିଆରେ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହୋଇଥାଏ । କିନ୍ତୁ ଭୋଟ କେବଳ ଜଣଙ୍କୁ ଦିଆଯାଇଥାଏ । କାରଣ କିମଙ୍କ ବିରୁଦ୍ଧରେ କେହି ଛିଡା ହୋଇ ପାରନ୍ତି ନାହିଁ ।

୨- ଉତ୍ତର କୋରିଆରେ ରହୁଥିବା ଲୋକେ ବାହାର ଦୁନିଆ ବିଷୟରେ କିଛି ଜାଣି ପାରିବେ ନାହିଁ କାରଣ ଏହି ଦେଶର ସମସ୍ତ ଟିଭିରେ କେବଳ ୩ ଟି ଚ୍ୟାନେଲ ଚଲାଯାଇଥାଏ । ଉତ୍ତର କୋରିଆର ଲୋକେ କେବଳ ସେତିକି ଦେଖନ୍ତି , ଯାହା ସେମାନଙ୍କ ସରକାର ଚାହିଁଥାନ୍ତି ।

୩-ଉତ୍ତର କୋରିଆର ସରକାର କେବଳ ୧୮ ପ୍ରକାରର ଚୁଟି କଟା ଷ୍ଟାଇଲକୁ ମାନ୍ୟତା ଦେଇଛନ୍ତି । ଏହି ମଧ୍ୟରୁ ୧୦ ଟି ଷ୍ଟାଇଲ ପୁରୁଷଙ୍କ ପାଇଁ ଓ ୮ ଟି ମହିଳା ମାନଙ୍କ ପାଇଁ । ଏଠାକାର ଲୋକେ ନିଜ ଇଚ୍ଛା ଅନୁସାରେ ଚୁଟି କାଟି ପାରିବେ ନାହିଁ । ଏହି ଆଇନ କିମ-ଜଙ୍ଗ-ଉନ ୨୦୧୩ରେ ଲାଗୁ କରିଛନ୍ତି ।

୪- ଉତ୍ତର କୋରିଆର ରାଜଧାନୀର ରହିବା ମନା । ଏଠାକାର ରାଜଧାନୀ ପିୟଙ୍ଗ-ୟାଙ୍ଗ ଠାରେ କେବଳ ସମୃଦ୍ଧି ଓ ଧନୀ ଲୋକ ହିଁ ରହିପାରିବେ । ଏଠାରେ ଗରିବ ଓ ଦଳିତ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ।

୫- ଆଜି ସମଗ୍ର ବିଶ୍ୱରେ ୨୦୨୧ ଚାଲିଛି । କିନ୍ତୁ ଉତ୍ତର କୋରିଆରେ ୧୧୦ ବର୍ଷ ଚାଲିଛି । ଏଠାକାର କ୍ୟାଲେଣ୍ଡର ସମଗ୍ର ବିଶ୍ୱ ଠାରୁ ଅଲଗା ଅଟେ ।

୬- ୩ ପିଢୀ ଯାଏଁ କାରଦଣ୍ଡ ଭୋଗିବାକୁ ହୁଏ । ଯଦି ଉତ୍ତର କୋରିଆରେ କେଉଁ ନାଗରିକ ଦୋଷ କରିଥାଏ ତେବେ ଏହାର ଦଣ୍ଡ ୩ ପିଢୀ ଯାଏଁ ଦିଆଯାଇଥାଏ । ସେଥିପାଇଁ ଏଠି ଅପରାଧ ବହୁତ କମ ହୁଏ ।

୭- ଉତ୍ତର କୋରିଆରେ କେବଳ ଗୋଟିଏ ଇଣ୍ଟରନେଟ କମ୍ପାନୀ ଅଛି । ଯାହା ମାତ୍ର ୬୦୫ ଜଣଙ୍କୁ ଇଣ୍ଟରନେଟ ଯୋଗାଇଥାଏ । ଏଠାକାର ସାଧାରଣ ଜନତାଙ୍କୁ ଇଣ୍ଟରନେଟର ବ୍ୟବହାର କରିବା ପାଇଁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking