ଭୁବନେଶ୍ୱର: ସବୁ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟିକାକରଣ ପାଇଁ ଆଜି ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି । ଉଦ୍ଦିଷ୍ଟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଆବଶ୍ୟକ ସରଞ୍ଜାମ ଠିକ୍ ଅଛି କି ନାହିଁ ତାହା ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ରହିଛି । ଆବଶ୍ୟକ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ପର୍ଯ୍ୟବେକ୍ଷକ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଆବଶ୍ୟକ ପ୍ରତିକ୍ଷା ଗୃହ, ପର୍ଯ୍ୟାପ୍ତ ସ୍ଥାନ ଓ କୋଠରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ବେଳେ କୋଭିଡ ଗାଇଡଲାଇନର ଅନୁପାଳନକୁ ଗୁରୁତ୍ୱ ପାଇଁ ନିର୍ଦ୍ଦେଶ ରହିଛି । ଉଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର ଭାବେ ଘୋଷଣା ପାଇଁ ପରାମର୍ଶ ଦିଆଯାଇଛି ।