ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ମାମଲାରେ ଶୁଣାଣୀ ଚାଲିଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ଜରୁରୀ ମେଡିସିନର ଉତ୍ପାଦନ ଏବଂ ବିତରଣ ସୁନିଶ୍ଚିତ କଣ ପାଇଁ ହୋଇପାରୁନାହିଁ । କେନ୍ଦ୍ର କହିଛି ଯେ, ପ୍ରତିମାସରେ ପ୍ରାୟ ୧ କୋଟି ୩ ଲକ୍ଷ ରେମଡେସିଭର ଉତ୍ପାଦନ କରିବାର କ୍ଷମତା ରହିଛି । ହେଲେ ସରକାର ଚାହିଦା ଓ ଯୋଗାଣର ତଥ୍ୟ ଦେଇନାହାନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ଆବଣ୍ଟନ ଉପାୟ ବି କହିନାହାନ୍ତି । କେନ୍ଦ୍ର ଡାକ୍ତରଙ୍କୁ କହିବା ଦରକାର ଯେ, ରେମଡେସିଭର କିମ୍ବା ଫେବିଫ୍ଲୁ ବଦଳରେ ଅନ୍ୟ ଉପୁଯୁକ୍ତ ମେଡିସିନ ରୋଗୀଙ୍କୁ ବତାନ୍ତୁ ।
ଏହାସହିତ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚରିଛନ୍ତି ଯେ, ୧୮-୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଲଗାଇବାର ଯୋଜନା କୁହନ୍ତୁ । କେନ୍ଦ୍ର ପାଖରେ ଅନ୍ୟ କୋଷ ଅଛି କି ? ଯେଉଁଥିରେ ଟିକା ଦର ସମାନ ରଖାଯାଇପାରିବ । କେନ୍ଦ୍ର ସରକାରଙ୍କୁ ଏହା ମଧ୍ୟ କହିବାକୁ ହେବ ଯେ, ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟ କୁ କେତେ ଫଣ୍ଡ ଦିଆଯାଇଛି ।
ଜଷ୍ଟିସ ଡିବାଇ ଚନ୍ଦ୍ରଚୂଡ କହିଛନ୍ତି, ମୁଁ ଗାଜିୟାବଦରେ ଗୁରୁଦ୍ୱାରା ଲଙ୍ଗରଙ୍କ ବିଷୟରେେ ପଢିଲି । ଲୋକେ ଚାରିଟି କରୁଛନ୍ତି । ହେଲେ କେବଳ ଆମେ ଚାରିଟି ପର୍ପ୍ୟନ୍ତ ଛାଡିପାରିବାନି । ଟିକା ମୂଲ୍ୟ ନିର୍ଦ୍ଧାରଣ ଅସାଧାରଣ ରୂପରେ ଗମ୍ଭୀର । ଆଜି କହୁଛନ୍ତି, କେନ୍ଦ୍ରକୁ ପ୍ରଦାନ କରାଯାଇଥିବା ୫୦ ପ୍ରତିଶତ ଟିକାର ବ୍ୟବହାର ଫ୍ରଣ୍ଟଲାଇନ ଶ୍ରମିକ ଓ ୪୫ ବର୍ଷରୁ ଅଧିକ ବୟସର ବର୍ଗଙ୍କ ଟିକାକରଣ ପାଇଁ କରାଯିବ । ବାକି ୫୦ ପ୍ରତିଶତ ରାଜ୍ୟ ଦ୍ୱାରା ଉପଯୋଗ କରାଯିବ । ୫୯.୪୬ କୋଟି ଭାରତୀୟ ୪୫ ବର୍ଷରୁ କମ, ସେମାନଙ୍କ ମଧ୍ୟରୁ ଅନେକ ଗରିବ ଅଛନ୍ତି, ସେମାନଙ୍କୁ ଟିକା କିଣିବା ପାଇଁ ପଇସା କେଉଁଠୁ ମିଳିବ ? ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣିଛୁ କେତେ ଟିକା ଉତ୍ପାଦନ କରାଯାଉଛି । ହେଲେ ଆମକୁ ଏହା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ଯେ ଉତ୍ପାଦନରେ ବୃଦ୍ଧି ହେଉ ।