26.1 C
Bhubaneswar
Tuesday, May 30, 2023
Homeଦେଶ ବିଦେଶକମ୍ପାନୀ ନିୟମରେ ରହିଥିବା ବ୍ୟବସ୍ଥାକୁ କୋର୍ଟ ବିଚାରକୁ ନେଇନାହାନ୍ତି

କମ୍ପାନୀ ନିୟମରେ ରହିଥିବା ବ୍ୟବସ୍ଥାକୁ କୋର୍ଟ ବିଚାରକୁ ନେଇନାହାନ୍ତି

ନୂଆଦିଲ୍ଲୀ: କର୍ପୋରେଟ ଜଗତର ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଟାଟା-ସାଇରସ ମିସ୍ତ୍ରୀ ବିବାଦକୁ ନେଇ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଶୁଣାଇ ସାରିଥିଲେ ମଧ୍ୟ ସାଇରସ ମିସ୍ତ୍ରୀ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଏହାକୁ ଚ୍ୟାଲେଂଜ କରି ସାଇରସଙ୍କ ପକ୍ଷ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ସାଇରସଙ୍କ ଯୁକ୍ତି ଅନୁଯାୟୀ, ଏହି ମାମଲାର ବିଚାର ବେଳେ କୋର୍ଟ କମ୍ପାନୀ ନିୟମରେ ରହିଥିବା ବୟବସ୍ଥାକୁ ବିଚାରକୁ ନେଇ ନାହାନ୍ତି । କମ୍ପାନୀ ନିୟମର ଧାରା ୨୪୧(୧)(ଖ) ଅନୁଯାୟୀ, ଉତ୍ପୀଡନ ବିରୋଧରେ ସୁରକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଟାଟା ସନ୍ସ ଗୋଷ୍ଠୀ ହେଉଛି ଏକ ନିବେଶକାରୀ ସଂସ୍ଥା । ଯାହାରା ସର୍ବାଧିକ ଅଂଶୀଦାର ହେଉଛନ୍ତି ଦାତବ୍ୟ ଟ୍ରଷ୍ଟ ସଦସ୍ୟ । କିନ୍ତୁ ସେମାନଙ୍କୁ କୋର୍ଟ ସ୍ୱତନ୍ତ୍ର ଅଧିକାର ଦେଇ ମନୋନୀତ ନିର୍ଦ୍ଦେଶକମାନଙ୍କୁ ପରୋକ୍ଷରେ ଅଧିକ କ୍ଷମତା ଦେଇଛନ୍ତି ଓ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ଏକ ପ୍ରକାର ବାଦ ଦେଇଛନ୍ତି । ୨୦୧୬ରେ ଟାଟା ଗୋଷ୍ଠୀର ବୋର୍ଡ ବୈଠକରେ ଅଚାନକ ଭାବେ ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ବିଦା କରି ଦିଆଯିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking