27.1 C
Bhubaneswar
Thursday, April 25, 2024
Homeଓଡିଶାକଟକରେ ଦିନ ୨ ପରେ ଦୋକାନ ବନ୍ଦ

କଟକରେ ଦିନ ୨ ପରେ ଦୋକାନ ବନ୍ଦ

କଟକ: ସୋମବାରଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା । ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ । ଆଗାମୀ ୧୫ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି । କେବଳ ମେଡିସିନ ଦୋକାନ ଛଡା ଅନ୍ୟ ସବୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଲୋଡିଂ, ଅନଲୋଡିଂ ଛାଡି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ । ଦିନ ୨ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସିଏମସି କମିଶନର ଅନନ୍ୟା ଦାସ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡ଼ରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳ- ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଏବଂ ଷ୍ଟେଟ୍ ପୁଲରୁ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking