29.1 C
Bhubaneswar
Tuesday, June 3, 2025
Homeଦେଶ ବିଦେଶଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା, ୧୪୮ ନୂଆ ସଂକ୍ରମିତ

ଦେଶରେ ପୁଣି ମୁଣ୍ଡ ଟେକୁଛି କରୋନା, ୧୪୮ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି । ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଥରେ ଚିନ୍ତା ଦେଖାଦେଇଛି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଟିଏ ଦିନରେ ୧୪୮ ନୂଆ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏହି ସୂଚନା ଦିଆଯାଇଛି। ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ନୂଆ ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮୦୮କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ କରୋନା ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ କରୋନା ଭାଇରସ୍ ସଂକ୍ରମଣ ମାମଲା ୪ କୋଟି ୫୦ ଲକ୍ଷ ୨ ହଜାର ୮୮୯ ରହିଛି। ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୩ ହଜାର ୩୦୬ ରହିଛି। ସୂଚନାଯୋଗ୍ୟ, କରୋନା ପରି ଚୀନରୁ ନିକଟରେ ଆରମ୍ଭ ହୋଇଥିବା ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଆମ ଦେଶରେ ବି ଏହାର କିଛି ମାମଲା ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking