32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପୁଣି ଦେଶରେ ବଢିଲା କରୋନା କେସ୍‌

ପୁଣି ଦେଶରେ ବଢିଲା କରୋନା କେସ୍‌

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାଇ, ଦେଶରେ ଗତ ୨୪ ଘଣ୍ଟାରେ ୩୫୮ କରୋନା ମାମଲା ନୂଆ ଦେଖାଦେଇଛି । କେରଳରେ ୩୦୦, କର୍ଣ୍ଣାଟକରେ ୧୩, ତାମିଲନାଡୁରେ ୧୨, ଗୁଜରାଟରେ ୧୧, ମହାରାଷ୍ଟ୍ରରେ ୧୯, ତେଲେଙ୍ଗାନାରେ ୫, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପଡୁଚରୀରେ ୨ ନୂଆ ମାମଲା ଆସିଛି । ପଞ୍ଜାବରେ ୧ ଓ କର୍ଣ୍ଣାଟକରେ ୨ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍ ସଂକ୍ରମଣକୁ ଦେଖି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାସ୍କ କଟକଣା ଫେରିଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ଲଗାଇବା ପାଇଁ କୁହାଯାଇଛି । ଅବଶକ୍ୟ ହେଲା ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି । କେରଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି । କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ନୂଆ ମାମଲା ସହିତ ୨, ୩୧୧ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨,୬୬୯କୁ ବୃଦ୍ଧି ପାଇଛି । କରାଯାଉଛି।କେରଳ ଓ କର୍ଣ୍ଣାଟକରେ କିଛି ଲୋକଙ୍କ ଜୀବନ ଗଲାଣି । ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ହୋଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking