ଭୁବନେଶ୍ୱର: ପ୍ରତିଦିନର ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ । ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ଛୋଟ ଛୋଟ ଶିରାଶିରା, ଫୁଲ ଧଳା ରଙ୍ଗର। ଏହାର ଫଳ ଗୋଲ ଓ ବାଦାମୀ ରଙ୍ଗର। ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ। ହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ। ଧଣିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ,ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟତ୍ତ୍ୱଚର ପାଇଁ ରାମବାଣ ପରି କାମ କରିଥାଏ । ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍ ତତ୍ତ୍ୱ ଥାଏ ଯାହା ସ୍କିନ୍ ଇନଫେକ୍ସନ୍ ହେବାରୁ ବଂଚାଇଥାଏ । ଏତଦ୍ ବ୍ୟତୀତ ବଢୁଥିବା ବୟସର ପ୍ରଭାବକୁୁ ବି ଦୂର କରିବା ପାଇଁ ଏହା ଖୁବ୍ ସାହାଯ୍ୟ କରିଥାଏ । ତୈଳାକ୍ତ ତ୍ୱଚା ପାଇଁ ଧନିଆ ପତ୍ର ଖୁବ୍ ଲାଭକାରୀ ହୋଇଥାଏ । ଏହା ତ୍ୱଚାରୁ ଅତିରିକ୍ତ ତୈଳକୁ ଶୁଖାଇ ଦେଇଥାଏ । ଏହି କାରଣରୁ ଚେହେରାରେ ଦାଗ , କୁଞ୍ଚନ ମଧ୍ୟ ପଡିନଥାଏ ।