27.1 C
Bhubaneswar
Saturday, July 27, 2024
Homeଓଡିଶାତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ପୁରୀ: ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ରଥ ନିର୍ମାଣରେ ନିମଗ୍ନ ସେବକ । ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଭଉଁରୀ ତିଥିରେ ତିନି ରଥର ଦୁଇଟି ଲେଖାଏଁ ଚକ ଓ ଗୋଟିଏ ଅଖ ସଂଯୋଗର ପରମ୍ପରା ରହିଛି ।

ଏଥି ପାଇଁ ୩ ଟି ରଥ ୬ ଟି ଚକ କାର୍ଯ୍ୟ ଶେଷ ହେବା ଉପରେ । ସେପଟେ ତିନୋଟି ରଥ ଅଖହଣା କାର୍ଯ୍ୟ ମଙ୍ଗଳବାର ଅନୁକୂଳ ହୋଇଛି । ସେହିପରି ଗୁଜ, କୁଡୁକା, ଜଳଯନ୍ତ୍ର ପାଇଁ କାଠହଣା ଚାଲୁ ରହିଛି । ରୂପକାର ସେବକମାନେ ଗୁଜ ଉପରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଆଗାମୀ ଭଉଁରୀ ତିଥି ପାଇଁ ତିନିରଥର ଚକ ଅଖ ସଂଯୋଗ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକ ମାନେ ତୁମ୍ବରେ ସଂଯୋଗ ପାଇଁ ତିନି ରଥର ପ୍ରତ୍ୟେକ ୪ ଗୋଟି ଲେଖାଁଏ ବଳା, ପଂଦାରୀ, ଅରକଣ୍ଟା ନିର୍ମାଣ କରିଛନ୍ତି । ତିନିରଥ ନିର୍ମାଣ ପାଇଁ ମହାରଣା ସେବକ, ଭୋଇ ସେବକ, କରତି ସେବକ, ତୁମ୍ବ ବିନ୍ଧ କାରିଗର, ପାହୀ ମହାରଣା, ରୂପକାର ସେବକ ଓ କମାର ସେବକ ନିଓଜିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking