30.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶବିଜେପିର ସୁନାମୀରେ ଧୋଇଯିବ କଂଗ୍ରେସ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବିଜେପିର ସୁନାମୀରେ ଧୋଇଯିବ କଂଗ୍ରେସ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଳୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୁୀ ବସବରାଜ ବୋମ୍ମଇ ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। ବୋମ୍ମଇ ଏସ/ଏସଟି ସମୁଦାୟର କଲ୍ୟାଣ ପାଇଁ କିଛି କରିନଥିବା କହି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ବିଜେପିର ସୁନାମୀରେ ଧୋଇଯିବ। ବିଜେପି ଏସଟି ମୋର୍ଚ୍ଚା ତରଫରୁ ଏକ ରାଲିରେ ସମ୍ବୋଧନ ସମୟରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସର ପଥକୁ ଅନୁସରଣ କରୁଛି ବିଜେପି।
ଏହାଦ୍ବାରା ପିଏମ ମୋଦି ସବୁ ସଂପ୍ରଦାୟକୁ ସମାନ ନ୍ୟାୟ ଦେଇଛନ୍ତି। ଏହା ଅଧୀନରେ ରାଜ୍ୟ ଏସସି/ଏସଟି ସଂରକ୍ଷଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଏସସି କୋଟା ୧୫ ପ୍ରତିଶତରୁ ୧୭ ପ୍ରତିଶତ ଏବଂ ଏସଟି ସଂରକ୍ଷଣ ୩ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ବୋମ୍ମଇ ବିରୋଧୀ ନେତା ସିଦ୍ଧରମୈୟାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।
ବୋମ୍ମଇ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସୋନିଆ ବଲ୍ଲାରୀ ଲୋକସଭା ଆସନରୁ ଜିତିଥିଲେ ଏବଂ ସେ ଏହି ଆସନ ପାଇଁ ୩୦୦୦ କୋଟିରର ପ୍ୟାକେଜ୍ ଘୋଷଣା କରିଥିଲେ କିନ୍ତୁ ତିନି ପଇସା ବି ଦେଇନଥିଲେ। ସେ ବଲ୍ଳାରୀର ଜନସାଧାରଣଙ୍କୁ ଠକିଛନ୍ତି। ଆଗାମୀ ନିର୍ବାଚନରେ ବଲ୍ଳାରୀ ଜନତା ଏହାର ଜବାବ ଦେବେ। ଦେଶର ପୁରୁଣା ଦଳ ବିଜେପି ସୁନାମୀରେ ଅଦୃଶ୍ୟ ହୋଇଯିବ। ସେ ଆହୁରି କହିଥିଲେ ବିଜେପି ଏସସି/ଏସଟି ସମ୍ପ୍ରଦାୟ ପାଇଁ ଅନେକ, ସାମାଜିକ, ଅର୍ଥନୀତିକ ପଦକ୍ଷେପ ନେଇଛି।
ସେ ଆହୁରି ଅଭିଯୋଗ କରିଥିଲେ ଯେ, କଂଗ୍ରେସ ବିଗତ ୬୦ ବର୍ଷ ଶାସନ କରିଥିଲା। ସେ କେବଳ ଏସସି/ଏସଟି ସମୁଦାୟର କଲ୍ୟାଣ ବିଷୟରେ କହିଥିଲା କିନ୍ତୁ କୌଣସି କାମ କରିନଥିଲା। ସେ ସମୁଦାୟର କେବଳ ଭୋଟ୍ ବ୍ୟାଙ୍କ୍ ଭଳି ବ୍ୟବହାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking