କଂଗ୍ରେସ ସମର୍ଥକ ବିଜେଡିରେ ଯୋଗଦାନ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ 15ଜଣ କଂଗ୍ରେସର ଟାଣୁଆ ସମର୍ଥକ ଶନିବାର କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଵିଧି ବଦ୍ଧ ଭାବରେ ଯୋଗ ଦେଇ ଛନ୍ତି । ସେମାନଙ୍କୁ ସୁକିନ୍ଦା ବିଧାୟକ ଆପଣେଇ ନେଇଛନ୍ତି । କଂଗ୍ରେସରୁ ବହୁ ଆଗ ଧାଡିର କର୍ମୀ କଂଗ୍ରେସରୁ ଆସ୍ଥା ହରାଇ ବିଜେଡି ଆଡକୁ ମୁଁହାଇଛନ୍ତି । କଂଗ୍ରେସ ସଂଗଠନ ଦିନକୁ ଦିନ ରସାତଳକୁଯାଉଛି । ବିଜେଡିର ସ୍ଥିତି ସୁଦୁଢ଼ ଆଡକୁ ଗତି କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି, ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତର 15 କଂଗ୍ରେସ ସମର୍ଥକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ ବିଜେଡି ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି । ବିଧାୟକଙ୍କୁ କୌଶଳ ଓ ଦକ୍ଷ ସାଂଗଠନିକ ଜନପ୍ରିୟ ଯୋଗୁ କଂଗ୍ରେସ ଓ ବିଜେପି ଦଳ ହାର ମାନୁଛି ।

LEAVE A REPLY

Please enter your comment!
Please enter your name here