30.1 C
Bhubaneswar
Wednesday, April 24, 2024
Homeଓଡିଶାମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ଯାଏ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆନ୍ଦୋଳନ ଚାଲୁ ରଖିବ

ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ଯାଏ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆନ୍ଦୋଳନ ଚାଲୁ ରଖିବ

ଯାଜପୁର : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ପ୍ରତିବାଦରେ ଆସନ୍ତା ନଭେମ୍ବର 26 ଦେଶ ବ୍ୟାପି ଧର୍ମଘଟକୁ ଯାଜପୁର ଜିଲ୍ଲାରେ ସଫଳ କରିବା ନିମନ୍ତେ ଏକ ଗଣ କନଭେନସନ ସ୍ଥାନୀୟ ରୟାଲ କଳିଙ୍ଗ ହୋଟେଲ ଠାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇ ଏନ ଟି ୟୁ ସି ର ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ଏ ଆଇ ଟି ୟୁ ସି ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଏଚ ଏମ ଏସ ର ରାଜ୍ୟ ସାଧାରଣ ସମ୍ପାଦକ ବି. ପି. ଦାସ, ସି ଆଇ ଟି ୟୁ ର ରାଜ୍ୟ ସମ୍ପାଦକ ଉଲ୍ଲାସ ସ୍ୱାଇଁ, ଏ ଆଇ ୟୁ ଟି ୟୁ ସି ର ରାଜ୍ୟ ସମ୍ପାଦକ ଜୟସେନ ମେହେର, ଏ ଆଇ ସି ସି ଟି ୟୁ ର ରାଜ୍ୟ କାର୍ଯକାରୀ ସଭାପତି ରାଧାକାନ୍ତ ସେଠୀ, ପ୍ରମୁଖ ଯୋଗ ଦେଇ କହିଲେ କି କେନ୍ଦ୍ରରେ ମୋଦି ସରକାର ଶ୍ରମଆଇନ ସଂଶୋଧନ, କୃଷକ ଆଇନ ପରିବର୍ତ୍ତନ କରିବା ଫଳରେ କୃଷକ, ଶ୍ରମିକ, ସାଧାରଣ ଜନତାମାନଙ୍କ ଉପରେ ଘୋର ବିପଦ ପଡିଛି । ଦେଶର ଅର୍ଥନୀତି ଆଜି ଭୁଶୁଡି ପଡିଛି । ଏହା ଦେଶର ସାଧାରଣ ଜନତାଙ୍କ ପାଇଁ ବିପଦ ମୋଦି ସରକାର ଶିଳ୍ପ ପତିଙ୍କ ସରକାର। କୋଭିଡ୍‌ ନାମ ବିଭିନ୍ନ ଆଇନକୁ ସଂଶୋଧନ କରି ଜନତାକୁ ନାତ ମାରି ପୁଞ୍ଜିପତିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । 29ଟି ଶ୍ରମଆଇନକୁ ବାତିଲି କରି 4ଟି ଶ୍ରମ କୋର୍ଡରେ ପରିଣତ କରିବା ଯୋଗୁ ଶ୍ରମିକକ ପେଟକୁ ନାତ ମାରି ଶ୍ରମିକମାନଙ୍କ ଆଇନ ଗତ ଅଧିକାରକୁ ବଂଚିତ କରିବା ଯୋଜନା କରୁଛନ୍ତି । ଘରୋଇ କରଣ କରିବା ପାଇଁ ପ୍ରୟାସ ଜାରି କରୁଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ, ବ୍ୟାଙ୍କ ବୀମା , ରେଳ ଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲା, ଖଣି, ବିଦ୍ୟୁତ ତେଲ ଓ ପୋତାଶୟ ଆଦିକୁ ଘରୋଇ ଶିଳ୍ପପତି ମାନଂକୁ ବିକ୍ରି କରାଚାଲିଛି । 27ଦଫା ଜନ ବିରୋଧୀ ଆଇନକୁ ବିରୋଧ କରି କେନ୍ଦ୍ରୀୟ ମିଳିତ ଟ୍ରେଡ଼ ୟୁନିୟନ 26ତାରିଖରେ ରାଜରାସ୍ତାକୁ ଓଲ୍ଲାଇଛି ବୋଲି ଟ୍ରେଡ଼ ୟୁନିଅନ ମାନେ ଘୋଷଣା କରିଥିଲେ । ଆଇନଗୁଡିକ ବାତିଲ ନ ହେବା ପଯ୍ୟନ୍ତ ଅନ୍ଧୋଲନ ଚାଲୁ ରହିବ ଏହି ଆନ୍ଦୋଳନକୁ ଗାଁ ପଯ୍ୟନ୍ତ ନିୟାଯାଇ ଜନତାକୁ ଜନ ବିରୋଧୀ ଆଇନ ସମ୍ପର୍କରେ ଅବଗତ କରାଯିବ ଓ ମୋଦି ସରକାରକୁ ହଟାଯିବ ଏହାକୁ ଲକ୍ଷ ରଖି ନଭେମ୍ବର 26ଧର୍ମଘଟକୁ ଯାଜପୁର ଜିଲ୍ଲାରେ ସଫଳ କରିବାପାଇଁ ଯାଜପୁର ଟାଉନ, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର ଦାନଗଦି ମିଲିଟାରୀ ଛକ, କଳିଙ୍ଗନଗର ଶିଳ୍ପାଞ୍ଚଳର ସମସ୍ତ କଳକାରଖାନା ସମ୍ମୁଖ, ଡ଼ୁବୁରୀ ଛକ ଓ ପଙ୍କପାଳ ବଙ୍ଗଳା ଛକ ମାନଙ୍କରେ ସମ୍ପୂର୍ଣ ଗାଡି ମଟର ପରିବହନ ବନ୍ଦ କରାଯିବାକୁ ଆହ୍ୱାନ ଦେଇଥିଲେ । ଏହି କନଭେନସନରେ ଅନ୍ୟମାନଙ୍କ ମଧ୍ୟରେ ଆଇ ଏନ ଟି ୟୁ ସି ର ଯାଜପୁର ଜିଲ୍ଲା ଉପସଭାପତି ରଘୁନାଥ ମାଝୀ, ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ସମ୍ପାଦକ ନୃସିଂହ ପହି, ସହ ସମ୍ପାଦକ ପରମାନନ୍ଦ ସେଠୀ, ଜିଲ୍ଲା ଯୁବ ଆଇ ଏନ ଟି ୟୁ ସି ର ସଭାପତି ଚନ୍ଦ୍ରକାନ୍ତ ଖଣ୍ଡାଇ,ଏ ଆଇ ଟି ୟୁ ସି ର ଜିଲ୍ଲା ସଭାପତି କରୁଣାକର ମହାରଣା, ଚନ୍ଦ୍ରମଣି ପାତ୍ର, ମଳୟ ପଣ୍ଡା,ଏଚ ଏମ ଏସ ର ପ୍ରଦୀପ ଦାସ, ସି ଆଇ ଟି ୟୁ ର ନିର୍ମଳ ରଥ, ଏ ଆଇ ୟୁ ଟି ୟୁ ସି ର ଜିଲ୍ଲା ସଭାପତି ସୁରେଶ ପ୍ରଧାନ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକ, ବାବୁଲି ପୂର୍ତ୍ତି, ମେସ୍କୋ ୱାର୍କରସ ୟୁନିଅନର ଗଣେଶ ନାୟକ, ସେକ ସବୀର ହୋସେନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରଞ୍ଜିତା ରାଉତ, ହୃଷିକେଶ ପତି, ଅଜୟ ସାହୁ, ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ ପ୍ରସନ୍ନ ରାଉତ, ଅଜୟ ଦାସ, ପଦ୍ମନାଭ ନାୟକ, ସତ୍ୟପ୍ରକାଶ କୁଅଁର, ସେକ ଆତାରୁଦ୍ଦିନ ଅହମଦ, ଶତ୍ରୁଘନ ମଳିକ, ସୁନାରାମ ଟୁଡୁ ପ୍ରମୁଖ ଅଭିଭାଷଣରେ କହିଲେ ଆମ ଜିଲ୍ଲା କଳକାରଖାନାରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀ, ବ୍ୟାଙ୍କ ବୀମା କୃଷକ ସମସ୍ତ ଶ୍ରମିକ ସଂଗଠନଙ୍କୁ ଏଥିରେ ସାମିଲ କରି ଏକ ଐତିହାସିକ ବନ୍ଦର ରୂପ ନେବାକୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ନେଇ ଜିଲ୍ଲାରେ ପ୍ରଚାର ପ୍ରସାର ଓ ପୃଥକ ପୃଥକ ସ୍ଥାନରେ ବୈଠକମାନ କରି ସଫଳ କରିବାକୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking