26.1 C
Bhubaneswar
Tuesday, March 18, 2025
Homeଓଡିଶାଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବାଣିବିହାର ଛକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଭୁବନେଶ୍ୱର...

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବାଣିବିହାର ଛକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ  

ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କମିଟି ପକ୍ଷରୁ ସଭାନେତ୍ରୀ ଗିତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ତତ୍ୱବଧାନରେ ବାଣିବିହାର ଛକସ୍ଥିତ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର, ସିଲି ସେଠୀ ପ୍ରମୁଖ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆଜି ଓଡ଼ିଶାରେ ନାରୀ ମାନଙ୍କର ସୁରକ୍ଷା ନାହିଁ । ମା’କୁ ସମ୍ମାନ ନାରା ଦେଇ ନବୀନ ବାବୁ ଭୋଟ ଭିକ୍ଷା କରୁଥିଲେ ମଧ୍ୟ ଆଜି ନାରୀକୁ ସମ୍ମାନ ଦେବାତ ଦୂରର କଥା ମହିଳାମାନେ ଦିନ ଦ୍ୱିପହରେ ରାସ୍ତାରେ ଯାଇପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କହିବା ପରିବର୍ତେ ତାଙ୍କୁ ଘଂଟ ଘୋଡ଼ାଉ ଥିବାରୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମ ପରେ ମହିଳା କଂଗ୍ରେସର ଏକ ପଟୁଆର ବାଣିବିହାର ଛକଠାରେ ଛାତ୍ର କଂଗ୍ରେସ କର୍ମକର୍ତାଙ୍କୁ ପୋଲିସ୍ ଗିରଫ କରୁଥିବା ସମୟରେ ଏହାର ପ୍ରତିବାଦ କରି ପୋଲିସ ଭ୍ୟାନ ଆଗରେ ବସିଥିଲେ ଏବଂ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ସର୍ବଶ୍ରୀ ଇନ୍ଦ୍ରମଣି ପ୍ରଧାନ, ବ୍ରହ୍ମାନନ୍ଦ ସାହୁ, ମିହିର ଆଚାର୍ଯ୍ୟ, ମୋହନ ଜେନା, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଦେବରାଜ ମିଶ୍ର, ଲକ୍ଷ୍ମିପ୍ରିୟା ଦାସ, ସିପ୍ରା ଶତପଥି, ଶୁଭଦ୍ରା ମିଶ୍ର, ଲିମା ସାହୁ, ହିନା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking