32.1 C
Bhubaneswar
Thursday, March 28, 2024
Homeଅପରାଧଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା

ଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା

ନୂଆଦିଲ୍ଲୀ : ଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା । ଆର୍ୟନ ଖାନ୍ ଡ୍ରଗ୍ସ କେସରେ ତାଙ୍କୁ ଆଜି ଏନସିବି ସମନ କରିଥିଲା । ଅଧିକ ପଚରାଉଚରା ପାଇଁ ମଧ୍ୟ ଡାକି ଥିଲା । ପୂର୍ବରୁ ମଧ୍ୟ ଏନସିବି ତାଙ୍କ ଘରକୁ ଯାଇଥିଲା । ସମନ ପରେ ଅନନ୍ୟା ତାଙ୍କ ବାପାଙ୍କ ସହ ଏନସିବି ଅଫିସ ଯାଇଛନ୍ତି ।
ତେବେ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନସିବି ଅଧିକ ଖୋଳତାଡ କରୁଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ସମନ ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉଂସିଲିଂ ଖୋଜୁଥିବା ଜଣାପଡିଛି । ତେବେ ଆଜି ସକାଳେ ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଘରେ ଏନସିବି ଚଢାଉ କରିଥିଲା । ଆଜି ଅପରାହ୍ନ ୨ଟାରେ ଏନସିବି ଅଫିସରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପରେ କଥାବର୍ତ୍ତା ହୋଇଥିଲା । ଯାହା ଏନସିବି ହାତରେ ଲାଗିଥିଲା । ଏ ନେଇ ଏନସିବି ଅନନ୍ୟାଙ୍କ ଘରେ ଚଢାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking