ନବରଙ୍ଗପୁର: ପାଠ୍ୟ ପୁସ୍ତକରେ ଭୁଲକୁ ନେଇ କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା । ବନ୍ଦର ପ୍ରଭାବ କିଛି ସ୍ଥାନରେ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ଓ ଦୁଇଟି ମୁନିସପାଲଟି ରେ କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ ସଭାପତି ଡକ୍ଟର ଲିପିକା ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛକ ଛକରେ ରହି ପ୍ରତିବାଦ କରୁଛନ୍ତି । ନବରଙ୍ଗପୁର ସହରର ଚାଉଁରିଆ ଗୁଡା ଛକ , କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ, ମାଝୀଗୁଡା ଛକଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟ ଦେଇ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଦୂର ଦୂରାନ୍ତର ଗାଡି ଗୁଡିକ ଅଟକି ରହିଛି । ଫଳରେ ଯାତ୍ରୀମାନେ ହଇରାଣ ହେଉଥିବା ମିଳିଛି । ଝିପି ଝିପି ବର୍ଷା ଲାଗି ରହିଛି । ପାଠ୍ୟ ପୁସ୍ତକରେ ଭୁଲ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳି ଥିବା ବେଳେ କିନ୍ତୁ ଏହି ଗୁରୁତର ୧୬ ଶହ ରୁ ଅଧିକ ରହିବା ଭୁଲ ପାଇଁ ଗଣ ଶିକ୍ଷା ମନ୍ତ୍ରୀ ନିଜ ନୈତିକତା ଦୃଷ୍ଟିରୁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭାବେ ଉତ୍ତର ଦାୟିତ୍ୱ ନେଇ ଇସ୍ତଫା ଦେବା ପାଇଁ ଦାବି କରିଛି କଂଗ୍ରେସ । ଜିଲ୍ଲାର ଉମରକୋଟ ବିଧାନସଭା ମଣ୍ଡଳୀର ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତ୍ରୀ ଭାବେ ଅପାରଗତା ଦ୍ୱାରା ଜିଲ୍ଲାର ବଦନାମ ହୋଇଥିବା ଅଭିଯୋଗ କରି ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ ।










