38.8 C
Bhubaneswar
Friday, April 19, 2024
Homeରାଜନୀତି*ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ କରିବ: ପ୍ରଫେସନାଲ୍ କଂଗ୍ରେସ*

*ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ କରିବ: ପ୍ରଫେସନାଲ୍ କଂଗ୍ରେସ*

ଭୁବନେଶ୍ୱର : ରାଜ୍ୟ ସରକାର ଗତ ବିଧାନସଭା ଅଧିବେଶନରେ ପାରିତ କରିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପରିପନ୍ଥୀ। ଆଗାମୀ ଦିନରେ ଏହି ଆଇନ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ନୁହେଁ, ବରଂ ହ୍ରାସ କରିବାରେ ମୁଖ୍ୟ କାରଣ ପାଲଟିବ ବୋଲି ଅଳ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ପକ୍ଷରୁ ଆୟୋଜିତ ୱୋବିନାରରେ ମତ ପ୍ରକାଶ ପାଇଛି। ଶନିବାର କଂଗ୍ରେସ ନେତ୍ରୀ ତଥା ରାଜ୍ୟ ପ୍ରଫେସନାଲ୍ କଂଗ୍ରେସର ଅଧ୍ୟକ୍ଷା ସୁଚରିତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ବକ୍ତା ଭାବେ ସାମିଲ ହୋଇ ରାଜ୍ୟର ଜଣାଶୁଣା ବୁଦ୍ଧିଜୀବୀ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଯୁନିଭର୍ସିଟିରେ ଶାସନ କଳ ଓ ରାଜନେତାଙ୍କ ଅଯଥା ହସ୍ତକ୍ଷେପକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷାର ମାନ ହ୍ରାସ ପାଇବ ଏବଂ ଅରାଜକତା ଓ ଦୁର୍ନୀତି ବଢ଼ିବ। କଲେଜରେ ବିଭିନ୍ନ ପଦ ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ଓପିଏସସି ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ନିଯୁକ୍ତିରେ ମଧ୍ୟ ସଫଳତା ପାଇବାର ଆଶା କମ୍ ବୋଲି ଶ୍ରୀ ବିଶ୍ୱରଂଜନ ଆଶଙ୍କା ପ୍ରକାଶ କରିଥିଲେ। ଏହା ଦ୍ୱାରା ନିଯୁକ୍ତିରେ ସ୍ୱଚ୍ଛତା ହ୍ରାସ ପାଇବ ଏବଂ ଭୟଶୂନ୍ୟ ମତବ୍ୟକ୍ତ କରିବାର ଅଧିକାରକୁ ଏହା ଲଗାମ ମଧ୍ୟ ଦେବ। ଏପରିକି ବିଶ୍ୱବିଦ୍ୟାଳୟର ସିଲାବସ୍ ରାଜ୍ୟ ସରକାର ନିୟନ୍ତ୍ରଣ କରିବାର ପ୍ରୟାସ ଏକ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ଅଧ୍ୟାପକ ବିଶ୍ୱରଂଜନ କହିଥିଲେ।

ଓ୍ବେବିନାରରେ ଅନ୍ୟତମ ବକ୍ତାଭାବେ ଯୋଗ ଦେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଶ୍ୱବିଦ୍ୟାଳୟ ସଂଶୋଧନ ବିନକୁ ଏକ କଳା ବିଲ ବୋଲି କହିଥି୍ଲେ। ରାଜ୍ୟ ସରକାର ତାଙ୍କ ସଂଖ୍ୟାବହୁଳତାର ଅପପ୍ରୟୋଗ କରି ଏହି ବିଲକୁ ପାରିତ କରିଛନ୍ତି ଏବଂ ଏହି ବିଲରେ ଛାତ୍ର ଓ ଅଧ୍ୟାପକମାନଙ୍କ ମତାମତକୁ ଗୁରୁତ୍ବ ଦେବାର କୌଣସି ବ୍ୟବସ୍ଥା ନାହିଁ। ଏହି ବିଲ ବିରୋଧରେ ରାଜ୍ୟବ୍ୟାପୀ ଜନମତ ସୃଷ୍ଟି କରିବାକୁ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସକୁ ଆହ୍ୱାନ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ତୀବ୍ର ବିରୋଧ କରାଗଲେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେବେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସୋଶାଲ ମିଡିଆ ଅଧକ୍ଷ ଅଭିଷେକ ମହାନନ୍ଦଙ୍କ ସମେତ ଇଂ ଶାଶ୍ୱତ ମହାନ୍ତି ,ଇଂ ମନୀଷା ନନ୍ଦ, ଇଂ ରମାକାନ୍ତ, ଇଂ ସୋମ୍ୟାଜିତ ଦାସ ଓ ଲାଲଟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତାମାନଙ୍କ ସଙ୍ଗେ ଆଲୋଚନା କରିଥିଲେ

ୱେବିନାର ସଂପର୍କରେ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ରିଜିଓନାଲ କୋର୍ଡିନେଟର୍ ସରିତା ଲୈତଫଲଙ୍ଗ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking