30.1 C
Bhubaneswar
Wednesday, April 24, 2024
Homeଖେଳଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୬ତମ ମ୍ୟାଚ୍‌ରେ ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୭୭ ରନ୍‌ର ଲକ୍ଷ୍ୟକୁ ପିଛ‌ା କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍‌ କରିଥିଲା । ଫଳରେ ଉଭୟ ଦଳର ରନ୍‌ ସମାାନ ହେବାରୁ ମ୍ୟାଚ ଟାଇ ହୋଇଥିଲା । ଆଇପିଏଲ୍ ନିୟମ ଅନୁଯାୟୀ ସୁପର ଓଭର ଖେଳା ଯାଇଥିଲା। ଏଥିରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୫ ରନ୍‌ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ପକ୍ଷରୁ ଜସପ୍ରୀତ ବୁମରା ୨ଟି ୱିକେଟ ନେଇଥିଲେ । ଅନ୍ୟପକ୍ଷରେ ବିସ୍ମୟଜନକ ଭାବେ ମୁମ୍ବାଇ ମଧ୍ୟ ସୁପର ଓଭରରେ ସେହି ୨ଟି ୱିକେଟ ହରାଇ ୫ ରନ୍‌ କରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମମଦ ଶାମି ୨ଟି ୱିକେଟ ନେଇଥିଲେ । ଫଳରେ ଉଭୟ ଦଳର ରନ୍‌ ପୁଣି ଥରେ ସମାନ ହେବାରୁ ନିୟମ ଅନୁଯାୟୀ ଆଉ ଏକ ସୁପର ଓଭର ଖେଳା ଯାଇଥିଲା । ଦ୍ବିତୀୟ ସୁପର ଓଭରରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୧ ରନ୍ ସଂଗ୍ରହ‌ କରିଥିଲା। ମାତ୍ର ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କ୍ରିସ ଗେଲ୍ ଗୋଟିଏ ଛକା ସହିତ ୭ ରନ୍ ଓ ମୟଙ୍କ ଅଗ୍ରଓ୍ୱାଲ୍ ଦୁଇଟି ଚୌକାମାରି ଏହି ରୋମାଞ୍ଚକ ମ୍ୟାଚରେ ଦଳକୁ ବିଜୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking