30.1 C
Bhubaneswar
Sunday, July 3, 2022
Homeଓଡିଶା*ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର  କୋଭିଡ କଂଟ୍ରୋଲରୁମ ଗଠିତ*

*ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର  କୋଭିଡ କଂଟ୍ରୋଲରୁମ ଗଠିତ*

ଭୁବନେଶ୍ୱର – କୋଭିଡ ମହାମାରୀର ଏହି ଦ୍ୱିତୀୟ ଲହରରେ ଲକ୍ଷାଧିକ ଲୋକ ସଂକ୍ରମିତ ହେବାସହ ଅନେକ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ପରିସ୍ଥିତିରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ନିଖିଳ ଭାରତ କଂଗ୍ରେସ କମିଟି ନିଷ୍ପତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୋଭିଡ କଂଟ୍ରୋଲରୁମ ଗଠନ କରାଯାଇଛି ।  ସେହିପରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ତତ୍ୱାବଧାନରେ ଭୁବନେଶ୍ୱର ପାଇଁ ଏକ ୨୪ ଘଂଟିଆ କୋଭିଡ କଂଟ୍ରୋଲରୁମ ଗଠନ କରାଯାଇଛି । ଶ୍ରୀ ଦାଶ କହିଛନ୍ତି ଯେ ଏହି କଂଟ୍ରୋଲରୁମ ଜରିଆରେ ଭୁବନେଶ୍ୱରରେ  ଅସୁବିଧାରେ ପଡ଼ିଥିବା ସାଧାରଣ ଲୋକ କଂଟ୍ରୋଲରୁମ ସହ ଯୋଗାଯୋଗ କରି ଅକ୍ସିଜେନ, ହସପିଟାଲରେ ଆଇସିୟୁ, କୋଭିଡ ପରୀକ୍ଷଣ କେନ୍ଦ୍ର ଏବଂ କୋଭିଡ ଟୀକାଦାନ ସଂପର୍କିତ ସୂଚନା ଓ ସହଯୋଗ ପାଇପାରିବେ ।

ଏହି କମଟିରେ ପ୍ରଦେଶ କଂଗ୍ରେସ କମିଟି କୋଭିଡ କଂଟ୍ରୋଲରୁମ ସଦସ୍ୟ ଶ୍ରୀ ସୁବ୍ରତ ମହାପାତ୍ର (୯୧୩୨୭୮୫୬୨୪) ଙ୍କୁ ଭୁବନେଶ୍ୱର ଜିଲ୍ଲା କଂଟ୍ରୋଲରୁମ ଇନଚାର୍ଯ କରାଯାଇଛି ଏବଂ ଜୟକୃଷ୍ଣ ସୁବୁଦ୍ଧି (୭୦୦୮୧୪୪୦୧୩) କୋ-ଇନଚାର୍ଯ ରହିଛନ୍ତି । ଏଥିରେ ମୋହନ ଜେନା (୭୯୭୮୩୬୫୬୫୯),  ଆଶିଷ ମଲ୍ଲିକ (୭୯୭୮୧୧୩୪୬୧), ପ୍ରମେଶ ସାହୁ (୯୭୭୮୮୧୨୭୦୭) ସେକ ତାକୁୱିନ୍ (୯୦୪୦୪୦୩୨୦୭), ଇଂ ଶିବନ ମୁସାରଫ (୯୬୯୨୦୦୨୬୩୮) ସେକ ନିୟାଜୁଲ ଇସଲାମ (୭୦୦୮୯୪୬୫୪୪) ପ୍ରମୁଖ କଂଟ୍ରୋଲରୁମ ସଦସ୍ୟ ଅଛନ୍ତି ।

ସେହିଭଳି ଭୁବନେଶ୍ୱରର ବ୍ଲକ-୧ ମନୋରଞ୍ଜନ ଜେନା (୭୯୭୮୭୩୨୩୩୮), ବ୍ଲକ-୨ ଅଶୋକ ଦାଶ (୯୯୩୭୭୩୨୬୨୫), ବ୍ଲକ-୩ ବ୍ରହ୍ମାନନ୍ଦ ସାହୁ (୯୦୭୮୧୨୮୯୬୦), ବ୍ଲକ-୪ ଅନୱର ଖାନ (୯୭୭୬୬୭୪୧୬୪), ବ୍ଲକ-୫ ଦେବରାଜ ମିଶ୍ର (୭୦୦୮୫୩୫୫୧୬), ବ୍ଲକ-୬ ଶ୍ରୀଧର ବଳିଆର ସିଂ (୬୩୭୧୩୩୫୯୮୬), ବ୍ଲକ-୭ ମିହିର ଆଚାର୍ଯ୍ୟ (୯୪୩୭୩୫୬୨୨୯), ବ୍ଲକ-୮ ମନୋରଞ୍ଜନ ବଟୁ (୮୨୪୯୩୧୪୨୪୪), ବ୍ଲକ-୯ ସେକ ଆଫତାବ ଅଲ୍ଳି (୮୦୯୩୬୯୪୭୯୭), ବ୍ଲକ-୧୦ ଇନ୍ଦ୍ରଜିତ ପରିଡ଼ା (୯୮୬୧୩୫୫୪୪୨) ଙ୍କୁ  ବ୍ଲକ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking