27.1 C
Bhubaneswar
Saturday, July 27, 2024
Homeଓଡିଶାବିଶ୍ୱ ମହିଳା ଦିବସକୁ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କଳା ଦିବସ ରୂପେ ପାଳନ କଲା

ବିଶ୍ୱ ମହିଳା ଦିବସକୁ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କଳା ଦିବସ ରୂପେ ପାଳନ କଲା

ଭୁବନେଶ୍ୱର: ଆଜି ବିଶ୍ୱ ମହିଳା ଦିବସ ଅବସରରେ ଲୋୟର ପିଏମ୍‌ଜି ଠାରେ କଳାଦିବସ ପାଳନ କରିବା ସହ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ ମୁହଁରେ କଳା କପଡା ବାନ୍ଧି ପ୍ରତିବାଦ କରିଥିଲେ । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି । ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି । କେନ୍ଦ୍ର ବିଜେପି ସରକାରଙ୍କୁ ସବୁ କ୍ଷେତ୍ରରେ ବିଜେଡି ଦଳ ସଂସଦରେ ସମର୍ଥନ କରି ଆସିଛି । ରାଜ୍ୟ ସରକାରଙ୍କର ଯଦି ଓଡିଶାର ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେଡି ଦଳ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ । ଏହି କଳାଦିବସ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ ଦେଶ ଓ ରାଜ୍ୟରେ ବର୍ତମାନ ମହିଳାମାନେ ଅସୁରକ୍ଷିତ । ନାରୀ ନିର୍ଯ୍ୟାତନା ବଢ଼ିଚାଲିଛି । ସାରା ଭାରତବର୍ଷରେ ନାରୀ ନିର୍ଯ୍ୟାତନାରେ ଆମ ରାଜ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ଏହା ବିଜେଡି – ବିଜେପିର ଅବଦାନ ବୋଲି କହିଥିଲେ । ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ଅଧ୍ୟକ୍ଷତାରେ କଳାଦିବସ ପାଳନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନମଣି ଉଲାକା, ପ୍ରଣତି ମିଶ୍ର, ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ, ଶିବାନନ୍ଦ ରାୟ, କିଶୋର ଜେନା, ରଶ୍ମି ମହାପାତ୍ର, ସ୍ୱାଧିନବାଳା ଦାସ, ଚୈତାଳି ପଟ୍ଟନାୟକ, ସିଲି ସେଠୀ, ଶ୍ରିୟାସ୍ମିତା ପଣ୍ଡା, ଶ୍ରୀୟା ମହାନ୍ତି, ଏମ୍‌.ପରବିନ୍‌, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking