23.1 C
Bhubaneswar
Sunday, May 12, 2024
Homeଓଡିଶାସମାଜିକ ସୁରକ୍ଷା ବିଭାଗର ବଣ୍ଟନ ଶିବିର : ଭୀନ୍ନକ୍ଷମଙ୍କୁ ଉପକରଣ ଓ ଭତ୍ତା ବଣ୍ଟନ କଲେ...

ସମାଜିକ ସୁରକ୍ଷା ବିଭାଗର ବଣ୍ଟନ ଶିବିର : ଭୀନ୍ନକ୍ଷମଙ୍କୁ ଉପକରଣ ଓ ଭତ୍ତା ବଣ୍ଟନ କଲେ ନରସିଂହ

 

ବଲାଙ୍ଗିର,(ଦେବାଶିଷ ମିଶ୍ର) – ଦେଶର ସମ୍ବିଧାନ ଦେଶବାସୀଙ୍କୁ ସମ୍ମାନର ସହ ଜୀବନ ଜିଇଁବାର ଅଧିକାର ଦେଇଛି । ଏହା ସାଧାରଣ ଲୋକଙ୍କର ମୌଳିକ ଅଧିକାର ଅଟେ । ତାହା କାର୍ଯ୍ୟକାରୀ କରିବା ସରକାରମାନଙ୍କ ର କର୍ତ୍ତବ୍ୟ । ଏମିତି କେହିବି ସାଧାରଣ ଲୋକ ହେଉ ବା ଭୀନ୍ନକ୍ଷମ ହୁଅନ୍ତୁ ଯେମିତ ଏହି ଅଧିକାରରୁ ବଞ୍ଚିତ ନହେବେ ତାହ ଜଗିବାର କାମ ସରକାର ଏବଂ ସରକାରୀ ଅଧିକାରୀମାନଙ୍କର । ତେଣୁ ଆଜି ଭିନ୍ନକ୍ଷମ ତଥା ବିପିଏଲ ଶ୍ରେଣୀର ବରିଷ୍ଟ ନାଗରିକ ଓ କିନ୍ନର ମାନଙ୍କୁ ଭତ୍ତା ତଥା ଉପକରଣ ପ୍ରଦାନ କରି ସରକାର ଦୟା କରୁନାହାନ୍ତି ବରଂ ସମ୍ବଧାନ ଅନୁସାରେ ଏହା ହିତାଧିକାରୀ ମାନଙ୍କ ମୌଳିକ ଅଧିକାର ଅଟେ ବୋଲି ଭାରତ ସରଜକାରଙ୍କ ଏଡପିଆଇ ଓ ଆରଭିୱାଇ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଉପକରଣ,ବିକଳାଙ୍ଗ ଉପକରଣ ଓ ଭତ୍ତା ପ୍ରଦାନ ମେଳାରେ ମାନ୍ୟବର ବଲାଙ୍ଗିର ବିଧାୟକ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଛନ୍ତି । ସ୍ଥାନୀୟ କଳାମଣ୍ଡଳ ପଡିଆରେ ଆୟୋଜିତ ଏହି ଭତ୍ତା ପ୍ରଦାନ ଉତ୍ସବରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଥିଲେ ଯେ, ଭୀନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଗରିବଙ୍କ ସେବା ହେଉଛି ଭଗବାନଙ୍କ ସେବା । ଯେହେତୁ ଏମାନେ ବୟଷାଧିକ କାରଣରୁ ହେଉ ବା ଭୀନ୍ନକ୍ଷମତା ଯୋଗୁଁ ହେଉ ନିଜର ଅଧିକାର ସାବ୍ୟସ୍ତ ତଥ ସରକାରୀ ସୁବିଧା ପାଇବା ପାଇଁ ସରକାରୀ କାର୍ଯ୍ୟଳୟକୁ ବାରମ୍ବା ଯିବା ଅସମ୍ଭବ ହୋଇ ପଡିଥାଏ । ତେଣୁ ଏସଂକ୍ରନ୍ତିୟ ବିଭାଗୀୟ ଅଧୀକାରୀ ମାନେ ତାଙ୍କ ପାଖକୁ ପହଞ୍ଚି ସରକାରୀ ସହାୟତା ଯୋଗାଇ ଦେଇ ପାରିଲେ ଏହି କାର୍ଯ୍ୟକ୍ରମ ସଫଳତା ମିଳିବ । ବିଭାଗୀୟ ଜିଲ୍ଲା ଅଧୀକାରୀ ଠିକ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ସେ ଜିଲ୍ଲା ସାମାଜିକ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ନବକୃଷ୍ଣ ସାହୁଙ୍କ ସଂଯୋଜନାରେ ଅୟୋଜିତ ଏହି କାଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ବିପୀନ ଦୀପ, ବଲାଙ୍ଗିର ବିଡିଓ ରାମଦତ୍ତ ଭୋଇଙ୍କ ସହିତ ଆରସିଟି ମେନେଜର, ଡଆଇସି ଜେନେରାଲ ମେନେଜର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ମେଳାରେ ବଲାଙ୍ଗିର ପୌରାଞ୍ଚଳ ଓ ବଲାଙ୍ଗିର ବ୍ଲକ ର ୨୦୨ ଜଣ ହିତାଧିକାରୀଙ୍କୁ ପ୍ରାୟ ୨ଲକ୍ଷ ଟଙ୍କାର ଉପକରଣ ଯୋଗାଇ ଦିଆ ଯାଇଥିଲା । ଯେଉଁଥିରେ ଟ୍ରାଇସାଇକିଲ,ହ୍ୱୁଇଲଚେଆର,ଆଶାବାଡି,ହିଅରିଂ ଏଡ, ସ୍ମାର୍ଟ କେନ, ଏମଏସଆଇଡି କିଟ ଓ ମୋବାଇଲ ଫୋନ ରହିଥିଲା । ଏହା ସହ ୬ଜଣ କିନ୍ନରଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ୫୦ ଜଣଙ୍କୁ ବୈଷୟୀକ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି ମେଳାରେ ବିଧାୟକ ଶ୍ରୀ ମିଶ୍ର ପ୍ରତ୍ୟେକ ହିତାଧିକାରୀଙ୍କୁ ନିଜ ହାତରେ ସହୟତା ରାଷୀ ଓ ଉପକରଣ ପ୍ରଦାନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ଦେଖା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking