32.1 C
Bhubaneswar
Sunday, May 12, 2024
Homeଓଡିଶାସଂସଦରେ ମହିଳା ବିଲ୍‌କୁ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ - ନିରଞ୍ଜନ ପଟ୍ଟନାୟକ

ସଂସଦରେ ମହିଳା ବିଲ୍‌କୁ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ
କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଂଗ୍ରେସ ଦଳ
ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର
ପ୍ରଦାନ କରିଛି । ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ
ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି । ଶ୍ରୀ ପଟ୍ଟନାୟକ
କହିଛନ୍ତି ଯେ ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ
ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି । କେନ୍ଦ୍ର ବିଜେପି ସରକାରଙ୍କୁ ସବୁ
କ୍ଷେତ୍ରରେ ବିଜେଡି ଦଳ ସଂସଦରେ ସମର୍ଥନ କରି ଆସିଛି । ରାଜ୍ୟ ସରକାରଙ୍କର ଯଦି ଓଡିଶାର
ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେଡି ଦଳ ବିଜେପି ଉପରେ
ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ଶ୍ରୀ
ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking