29.1 C
Bhubaneswar
Sunday, May 19, 2024
Homeରାଜନୀତିଲକ୍‌ଡାଉନ୍ ସମୟରେ ନୟାଗଡରେ ଅନାହାର ମୃତ୍ୟୁ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଲକ୍‌ଡାଉନ୍ ସମୟରେ ନୟାଗଡରେ ଅନାହାର ମୃତ୍ୟୁ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

 
ଭୁବନେଶ୍ୱର  – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଜାକେଡା ପଂଚାୟତର କଳାମ୍ବ ଗ୍ରାମର ୪୬ ବଷୀୟା ମହିଳା ଦୁଖି ଯାନୀଙ୍କ ତାଲା ବନ୍ଦ ସମୟରେ ଅନାହାର ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ବିପିନ୍ ଦାସଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନ ଯାଇ ଅନାହାର ମୃତ୍ୟୁର ବିଧିବଦ୍ଧ ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେରାଦ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ୫ମାସ ଲକ୍‌ଡାଉନ୍ ଭିତରେ ପୀଡିତାଙ୍କୁ କେବଳ ୧୫ କେଜି ଚାଉଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା । ଏପରିକି ମନରେଗା ଯୋଜନାରେ ମଧ୍ୟ ତାଙ୍କୁ ସରକାର ସାମିଲ କରିନଥିଲେ । ନଭେମ୍ବର ୨୦୧୮ ପର ଠାରୁ ତାଙ୍କୁ ସରକାରଙ୍କର କୌଣସି ଜନମଙ୍ଗଳକାରୀ ଯୋଜନା ଓ ସାମାଜିକ ନିରାପତା ଯୋଜନାରେ ସାମିଲ କରାଯାଇ ନଥିଲା । ଏଣୁ ଲକ୍‌ଡାଉନ୍ ସମୟରେ ତା’ର ଗୁଜୁରାଣ ମେଂଟାଇବା ଅସହାୟ ହୋଇପଡିଥିଲା । ଶେଷରେ ସେ ଅନାହାରରେ ମୃତ୍ୟୁବରଣ କରିଛନ୍ତି । ସିଧା ସଳଖ ଭାବରେ ସରକାର ପୀଡିତାଙ୍କ ମାନବାଧିକାର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏହା ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି । ଏଥିସହିତ ପରବର୍ତୀ ସମୟରେ ଏଭଳି ଘଟଣା କିଭଳି ପୁନରାବୃତି ନଘଟେ ସେଥିପ୍ରତି ଦୃଷ୍ଟି ଦେବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଆବେଦନ କରାଯାଇଛି । ଏଥିସହିତ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁରରେ ପୋଲିସ ଏବଂ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜଣେ ନାବାଳିକା ବାରମ୍ବାର ଧର୍ଷଣର ଶିକାର ହୋଇଥିବା ଘଟଣାରେ ଏବେ ସୁଦ୍ଧା ପୋଲିସ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ ଅନ୍ୟ ଅଧିକାରୀଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଅନ୍ୟ ଏକ ଆବେଦନ କରାଯାଇଅଛି ।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ରଂଜିତ୍ ଦାଶ, ଅମିତା ବିଶ୍ୱାଳ, ଅମୀୟ ପାଣ୍ଡବ, ମନୋଜ ସାହୁ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking