40.1 C
Bhubaneswar
Thursday, April 25, 2024
Homeଓଡିଶାଲକଡାଉନ ସମୟରେ କେଉଁ ଅଫିସ ଖୋଲା ରହିବ , ଆସନ୍ତୁ ଜାଣିବା

ଲକଡାଉନ ସମୟରେ କେଉଁ ଅଫିସ ଖୋଲା ରହିବ , ଆସନ୍ତୁ ଜାଣିବା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପ୍ରଭାବକୁ କମାଇବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ୪ଟି ଜିଲ୍ଲା ଓ ଗୋଟିଏ ମୁନିସପାଲ କର୍ପୋରେସନରେ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ୪ଟି ଜିଲ୍ଲା ହେଲା – ଖୋର୍ଦ୍ଧା , ଗଞ୍ଜାମ , କଟକ ଏବଂ ଯାଜପୁର ଏବଂ ଏଥିସହ ରାଉରକେଲା ମୁନିସପାଲ କର୍ପୋରେସନ । ଆଜି ରାତି ଅର୍ଥାତ ୧୭.୦୭.୨୦୨୦ ରାତି ୯ଟାରୁ ଆସନ୍ତର ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଏହି ଲକଡାଉନ ନିୟମ ଲାଗୁ ହେବ । ତେବେ ରାଜ୍ୟସରକାରଙ୍କ ସମସ୍ତ ଅନୁଷ୍ଠାନ ମଧ୍ୟରୁ ବିପର୍ଯ୍ୟୟ ପରିଚାଳନା ସଂସ୍ଥା , ଅଗ୍ନିଶମ ବିଭାଗ , ଜିଲ୍ଲା ଓ ମୁନିସପାଲ କାର୍ଯ୍ୟାଳୟ , ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଖୋଲା ରହିବ । ଏଥିସହ ସମସ୍ତ ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟ ଚାଲୁ ରହିବ ।
‘ଓଡ଼ିଶା ସେକ୍ରେଟାରିଏଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ’ ଭିପିଏନ ଦ୍ୱାରା ରାଜ୍ୟସରକାରଙ୍କର ସମସ୍ତ ଅଫିସ୍ କର୍ମଚାରୀ ଘରୁ ରହି କାମ କରିପାରିବେ ।ଯାହା ଫଳରେ ସମସ୍ତ ଡାକ ଇସ୍ୟୁ ଓ ପ୍ରାପ୍ତି ସ୍ୱୀକାର କରିହେବ ଏବଂ ସେ ସବୁକୁ ସ୍କାନ କରାଯାଇ ଅପଲୋଡ଼ କରାଯିବ ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲୁ ରହିବ । ଡିପାର୍ଟମେଣ୍ଟ କଣ୍ଟ୍ରୋଲ ରୁମ ମଧ୍ୟ କାର୍ଯରତ ରହିବ । ରାଜ୍ୟ ଆଇଟି ବିଭାଗ ମଧ୍ୟ ୨୪ ଘଣ୍ଟିଆ ଚାଲୁ ରହିବ ।
ଏହି ସମୟରେ ହେଡ଼କ୍ୱାର୍ଟରରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ । ଏହା ଛଡ଼ା କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କିଛି ବଛାବଛା କର୍ମଚାରୀଙ୍କୁ ବିଧାନସଭାର ନିଦ୍ଦିଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଅନୁମତି ଦିଆଯିବ । ଏହି ସମୟରେ ସମସ୍ତ ସଭା ଓ ଭର୍ଚୁଆଲ ମିଟିଙ୍ଗ ବନ୍ଦ ରହିବ । ସମସ୍ତ ସବଅର୍ଡିନେଟ ଓ ଫିଲ୍ଡ ଅଫିସ୍ ର କାର୍ଯ୍ୟ ପାଇଁ ପ୍ରଶାସନ ନିଷ୍ପତ୍ତି ନେବେ । ଏଥିସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାରଙ୍କଏହି ନିୟମକୁ ମାନବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking