29.1 C
Bhubaneswar
Monday, April 28, 2025
Homeଦେଶ ବିଦେଶକର୍ଣ୍ଣାଟକରେ କଂଗ୍ରେସର ପଦଯାତ୍ରା ସ୍ଥଗିତ

କର୍ଣ୍ଣାଟକରେ କଂଗ୍ରେସର ପଦଯାତ୍ରା ସ୍ଥଗିତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନିଜର ପଦଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆମେ ଆମର ପଦଯାତ୍ରାକୁ ବନ୍ଦ କରୁଛୁ। ସୂଚନାଯୋଗ୍ୟ ଯେ, ପଞ୍ଚମ ଦିନରେ ଦଳ ଏହାର ପଦଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି | ପାଞ୍ଚ ଜଣ ନେତା ପଜିଟିଭ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସୂଚନାନୁସାରେ, ରାହୁଲ ଗାନ୍ଧୀ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ଉଦ୍ୟମରେ ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି।

ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ମୁଖ୍ୟ (କେପିସିସି) ଡି.କେ ଶିବକୁମାରଙ୍କ ସହ କଥା ହୋଇଥିଲେ ଏବଂ ସେମାନେ ଏହି ପଦଯାତ୍ରା ଜାରି ରଖିବାକୁ ଚାହୁଁଛନ୍ତି ନା ନାହିଁ ସେନେଇ ନିଷ୍ପତ୍ତି ନେବାକୁ କହିଥିଲେ। ଏହି ପ୍ରସଙ୍ଗରେ ବିରୋଧୀଦଳର ନେତା ସିଦ୍ଧରମୈୟା ଏବଂ କେପିସିସି ମୁଖ୍ୟ ଶିବକୁମାରଙ୍କୁ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଚିଠି ଲେଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking