27.8 C
Bhubaneswar
Wednesday, June 24, 2026
Homeଓଡିଶାସେଲ୍ଫି ନେଲା ଜୀବନ

ସେଲ୍ଫି ନେଲା ଜୀବନ

ପାଟଣା : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ବଡପଳାସପାଳ ପଞ୍ଚାୟତର ପାଟହରା ଗୁମ୍ଫାରେ ଫଟୋ ଉଠାଉଥିବାବେଳେ ମୁଷଳ ନାଳକୁ ଖସିପଡି ଦୁଇ ଯୁବକ ଆଜି ନିଖୋଜ ହୋଇଯାଇଥିଲେ। ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଦୁଇ ଯୁବକ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଥିବା ବେଳେ ଏଠାକୁ ୪ଜଣ ଯୁବକ ବୁଲିବାକୁ ଆସିଥିଲେ। ଦୁଇ ଜଣ ଯୁବକ ଗୁମ୍ଫା ଉପରେ ଚଢ଼ି ଫଟୋ ଉଠାଉଥିବାବେଳେ ନାଳକୁ ଖସି ପଡ଼ିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking