37.1 C
Bhubaneswar
Sunday, April 28, 2024
Homeଓଡିଶାନୂତନ ଶିକ୍ଷାନୀତି ଭାରତ ବର୍ଷରେ ଧନି ଓ ଗରିବ ଛାତ୍ର ମାନଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି...

ନୂତନ ଶିକ୍ଷାନୀତି ଭାରତ ବର୍ଷରେ ଧନି ଓ ଗରିବ ଛାତ୍ର ମାନଙ୍କ ମଧ୍ୟରେ ତାରତମ୍ୟ ସୃଷ୍ଟି କରିବ : କଂଗ୍ରେସ*

।ଭୁବନେଶ୍ୱର  – ନୂତନ ଶିକ୍ଷାନୀତି ପ୍ରଣୟନର ଏକବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଯେଉଁ କିଛି ତଥ୍ୟ ରଖିଲେ ତାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଭାରତ ବର୍ଷର ସମ୍ବିଧାନ ବିରୋଧି ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ ତାଙ୍କ ପ୍ରେସ ବିବୃତିରେ କହିଛନ୍ତି । ଭାରତବର୍ଷକୁ ଏକ ବଳିଷ୍ଠ ରାଷ୍ଟ୍ର ରୂପେ ଗଠନ କରିବାର ଯେଉଁ ସ୍ୱପ୍ନ ଏ ଦେଶର ମହାମୁନିଷ ମାନେ ଦେଖିଥିଲେ ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ଶିକ୍ଷାନୀତି ଅନ୍ତରାୟ ସୃଷ୍ଟି କରୁଛି । ଭାରତ ବର୍ଷର ପ୍ରତ୍ୟେକ ପିଲା ସେମାନଙ୍କର ଉଚ୍ଚତର ଶିକ୍ଷା ସବୁବେଳେ ସମାନ ରହିବା ଉଚିତ୍ । କିନ୍ତୁ ଶିକ୍ଷାକ୍ଷେତ୍ରରେ କୌଣସି ପ୍ରକାର ଧନିଗରିବର ପାତର ଅନ୍ତର ରହିବା ଅନୁଚିତ । ତଦ୍ୱରା ମେଧାଅନେଶ୍ୱଣ ଓ ମେଧାବୀ ଛାତ୍ରମାନେ ଉପଯୁକ୍ତ ଭାବରେ ସୁଯୋଗ ପାଇବେ ନାହିଁ । ଏହି ସୁଯୋଗକୁ କେବଳ ଯେଉଁମାନଙ୍କ ପାଖରେ ଅଧିକ ଅର୍ଥ ରହିଛି ସେମାନଙ୍କୁ ଏହି ସୁଯୋଗ ମିିଳିବ । ନୂତନ ଶିକ୍ଷାନୀତି ଅଧିକ ବେସରକାରୀ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରୁଛି । ତଦ୍ୱାରା ଶିକ୍ଷାର ବ୍ୟବସାୟିକରଣ ଅତି ଦ୍ରୁତମାତ୍ରାରେ ବଢ଼ି ଚାଲିବ । ତେଣୁ ଧନିଲୋକମାନେ ତାଙ୍କର ଧନ ବଳରେ ସେ ସେମାନଙ୍କ ପିଲାମାନଙ୍କୁ ଭଲ ବିଦ୍ୟାଳୟରେ ଶିକ୍ଷା ଦେଇପାରିବେ ଏହା ଭାରତବର୍ଷର ସମ୍ବିଧାନର ବିରୋଧି । ଭାରତ ବର୍ଷର ସମ୍ବିଧାନରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ପ୍ରତ୍ୟେକ ଛାତ୍ରଙ୍କୁ ଶିକ୍ଷା ଯୋଗାଇ ଦେବା ଏବଂ ସମାନ ଭାବରେ ଶିକ୍ଷା ଦେବା ଏହା ହେଉଛି ରାଷ୍ଟ୍ରର ଦାୟିତ୍ୱ ଏବଂ ପ୍ରତ୍ୟେକ ବ୍ୟକ୍ତିର ଅଧିକାର । କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିର ଯେଉଁ ପାଂଚୋଟି ଆଂଚଳିକ ଭାଷାରେ ଇଂଜିନିୟରିଂ ଶିକ୍ଷା/ ବୈଷୟିକ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି ତାହା କେଉଁଠି ନା କେଉଁଠି ଭାରତବର୍ଷର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ପ୍ରତିଯୋଗୀତା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଆମ ଦେଶରେ ବହୁ କମ୍ପ୍ୟୁଟର ଇଂଜିନିୟର ଯୁବକଯୁବତୀ ମାନେ ଏବଂ ବିଭିନ୍ନ ବୈଷୟିକ ଶିକ୍ଷା ଗ୍ରହଣ କରି ଆଜି ବିଶ୍ୱରେ ବିଶେଷ କରି ଆମେରିକାରେ ସପ୍ଟୱେର କ୍ଷେତ୍ରରେ ତାଙ୍କର କତୃତ୍ୱ ଯାହିର କରିପାରିଛନ୍ତି କେବଳ ବିଶ୍ୱରେ ଆଦୃତ ଭାଷା ସହିତ ଆମେ ଆମ ଶିକ୍ଷା ବ୍ୟବସ୍ଥା ଓ ପଦ୍ଧତିକୁ ଗଢ଼ିତୋଳିଥିବା ହେତୁ । ମୁଁ ଏଠାରେ ଇଂରାଜୀ ଭାଷାର ପୃଷ୍ଠପୋଷକତା କରୁନାହିଁ କିନ୍ତୁ ଯାହା ସତ୍ୟ ତାହାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି । କେବଳ ନିର୍ବାଚନକୁ ଆଖିଆଗରେ ରଖି ନିର୍ଦ୍ଦିଷ୍ଟ କିଛି ଅଂଚଳ ବା ରାଜ୍ୟର ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଆମେ ଏ ଭଳି ଶିକ୍ଷାନୀତି ପ୍ରସ୍ତୁତ କରିବା କେତେଦୁର ଠିକ୍ । ମେଡିକାଲ ଶିକ୍ଷାର ଏମ୍‌ବିଏସ ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ପଛୁଆବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ନିଷ୍ପତି ସରକାରଙ୍କର କିନ୍ତୁ ଆର୍ଥିକ ଅନଗ୍ରସରଙ୍କ କ୍ଷେତ୍ରରେ ୧୦% ସଂରକ୍ଷଣ ଏହା କେଉଁଠି ନା କେଉଁଠି ସରକାର ଚାହୁଁ ନାହାନ୍ତି ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପଢ଼ିବାର ସୁଯୋଗ ପାଆନ୍ତୁ । ଏହାଦ୍ୱାରା ସରକାର କେବଳ ଧନି ପରିବାର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଯାହା ଭାରତବର୍ଷର ମୂଳ ଚିନ୍ତା ଓ ଚେତନାର ବିରୁଧାଚରଣ କରୁଛି । ଉନବିଂଶ ଶତାବ୍ଦିର ଯେଉଁ ମହାମନିଷମାନେ ଶିକ୍ଷାକ୍ଷେତ୍ରରେ ଏକ ବୃହତ ସଂସ୍କାର ପାଇଁ କାର୍ଯ୍ୟକରିଯାଇଥିଲେ ଆଜି ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର, ରାଜା ରାମମୋହନ ରାୟ, ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସ ନାହାନ୍ତି ବା ଏହି ନିକଟ ଭବିଷ୍ୟତରେ ସେମାନଙ୍କ ଭଳି ଆଉ କେଉଁ ବ୍ୟକ୍ତି ଜନ୍ମ ହେବେକି ନାହିଁ ତାହା ମଧ୍ୟ ଜଣାନାହିଁ । କିନ୍ତୁ ଶିୀକ୍ଷା କ୍ଷେତ୍ରରେ ଏହି ଧନିଗରିବ ଭିତରେ କହିଥିବା ପାର୍ଥକ୍ୟର ସଂସ୍କାରର ଆବଶ୍ୟକତା ରହିଛି । ଶିକ୍ଷାର ବ୍ୟବସାୟିକରଣକୁ ଯଥାଶୀଘ୍ର ବନ୍ଦ କରିବା ଉଚିତ୍ । ରାଷ୍ଟ୍ର ତାର ଆସନ୍ତା ଦିନର ନାଗରିକମାନଙ୍କୁ ସମାନ ଶିକ୍ଷା ଓ ବ୍ୟବସ୍ଥିତ ଶିକ୍ଷା ପ୍ରଦାନ କରିବାର ଗୁରୁଦାୟିତ୍ୱ ବହନ କରିବା ଉଚିତ । ମେଧାବୀ ଛାତ୍ର ବା ଛାତ୍ରୀଟିର ସଂଜ୍ଞା ତାର ଜାତି ଓ ତାର ଆର୍ଥିକ ସ୍ଥିତି ନେଇ ନିରୁପଣ କରାନଯାଉ । ଏ ଶିକ୍ଷାନୀତି ଦେଶକୁ ବିପର୍ଯ୍ୟୟ ଆଡକୁ ଠେଲିଦେବକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking