36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ପାର୍ଟି ବିଧାୟକଙ୍କ ମିଟିଂ ଡାକିଲେ ଗେହଲଟ୍‌

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ପାର୍ଟି ବିଧାୟକଙ୍କ ମିଟିଂ ଡାକିଲେ ଗେହଲଟ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିବାଚନରେ ସାମିଲ ହେବାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକଙ୍କ ମିଟିଂ ଡକାଇଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁବାରଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ଏହି ପଦ ପାଇଁ ପାର୍ଟିର ବରିଷ୍ଠ ନେତା ଶଶି ଥରୁର୍ ମଧ୍ୟ ପାର୍ଥିପତ୍ର ଦାଖଲ କରିବାର ସମ୍ଭାବନ ରହିଛି । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କଠାରୁ ମଧ୍ୟ ସେ ସବୁଜ ସଙ୍କେତ ପାଇସାରିଛନ୍ତି । ଏହି ପଦ ପାଇଁ ଗେହଲଟଙ୍କୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଉଥିବା ବେଳେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି । ଗେହଲଟ୍ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି । କିନ୍ତୁ ଏବେ ବି ସେ ରାହୁଲ ଗାନ୍ଧୀଙ୍କୁ ପାର୍ଟିର ପ୍ରମୁଖ ପଦକୁ ପ୍ରତ୍ୟାବର୍ତ୍ତନ ପାଇଁ ମନେଇ ପାରିବେ ବୋଲି ଆଶା ରଖିଛନ୍ତି । ଏହି ସୂତ୍ର ଅନୁସାରେ ରାହୁଲ ଗାନ୍ଧୀ ହିଁ ପାର୍ଟିର ଶୀର୍ଷ ପଦ ପାଇଁ ଗେହଲଟ୍‌ଙ୍କ ପ୍ରଥମ ପସନ୍ଦ । ଗେହଲଟ୍ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ମନାଇବା ଉଦ୍ୟମ କରିବେ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking