ଭୁବନେଶ୍ୱର- ଭୁବନେଶ୍ୱର ୩୦ ନଂ ଜୋନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ଶ୍ରୀମତୀ ପ୍ରତିମା ମହାନ୍ତି ଆଜି ଉତର ନିର୍ବାଚନ ମଣ୍ଡଳୀର ଦାୟୀତ୍ୱରେ ଥିବା ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସଂଯୋଜକ ଚନ୍ଦ୍ରକାନ୍ତ ମହାପାତ୍ର, ବ୍ଲକ ସଭାପତି ମନୋରଞ୍ଜନ ଜେନା,ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗିତାଞ୍ଜଳି ମହାନ୍ତି, ଦେବାଶିଷ ଦାସ, ରବିନ୍ଦ୍ର ପାଣି, ତାପସ ପାଣି, ମନୋରଞ୍ଜନ ବେହେରା, ପରେଷ ପଣ୍ଡା, ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ପ୍ରାର୍ଥୀନୀଙ୍କୁ ଏକ ଶୋଭାଯାତ୍ରାରେ ନେଇଥିଲେ । ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତି ଓ ଦାୟୀତ୍ୱରେ ଥିବା ଶ୍ରୀଯୁକ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି ସରକାର ଗାଁ ମାନଙ୍କରେ ସାଇନବୋର୍ଡ ମାଧ୍ୟମରେ ଉନ୍ନତୀ ନାମରେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଗାଁ ଗହଳିରେ ଉନ୍ନତୀର କୌଣସି ନାମ ଗନ୍ଧ ନାହିଁ । ଗ୍ରାମମାନଙ୍କରେ ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଶିକ୍ଷା, ବିଦ୍ୟୁତକରଣର କୌଣସି ଉନ୍ନତି ଘଟିନାହିଁ । କେବଳ ଠିକାଦାର ଭାବରେ ସରକାରୀ ଦଳର କର୍ମୀମାନେ ବଡ ଲୋକ ହୋଇଛନ୍ତି । ଏ ସବୁର ଘଟଣାକୁ ନେଇ ଭୋଟରଙ୍କ ଦ୍ୱାରକୁ ଦ୍ୱାର ବୁଲି ସରକାରଙ୍କ ବିଫଳତାର ଅବଗତ କରାଇବା ସହ ଭୋଟ ଓ ଆଶୀର୍ବାଦ ଭିକ୍ଷା କରିବୁ ।